ପୃଷ୍ଠା:Malunira Fula O Anyanya Galpa.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଣ୍ତ ଧାର୍ମିକ

ଜଣେ ବଣିଆ ଦୋକାନଦାର ଥିଲା । ସେହି ଦୋକାନୀକୁ ଦେଖିଲେ ମନେ ହେବ,ସେ ଜଣେ ଅତି ଧାର୍ମିକ ବ୍ୟକ୍ତି । ତା'ର ବେକରେ ତୁଳସୀର ମାଳା, କପାଳରେ ତିଳକ, ହାତରେ ହରିନାମ ଝୁଲି, ଦେହରେ ନାମାବଳି, ମୁହଁରେ ଭଗବାନଙ୍କର ନାମ ।

ସାଧାରଣତଃ ବଣିଆ ଦୋକାନରେ ଲୋକେ ଠକି ହୋଇଯାଆନ୍ତି । ଗରାଖ ଯେତେ ବୁଦ୍ଧିଆ ହେଉ ନା କାହିଁକି, ବଣିଆ ତାକୁ ଠକିଦେବ । ତା'ଠାରୁ ଖାଣ୍ଟି ସୁନା ନେଇ ସେଥିରେ ସେ ଏପରି ଖାଦ ମିଶାଇ, ଦେବ ଯେ ସାଧାରଣ ଲୋକ ତାକୁ ଧରି ପାରିବ ନାହିଁ । ଏଥିପାଇଁ ବିଶ୍ୱାସୀ ବଣିଆ ଦୋକାନ ଯିବାକୁ ପଡ଼େ ।