ପୃଷ୍ଠା:Matir chasi jatir padmashri.pdf/୧୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୭ )

ତରଫରୁ ଏପରି ସିଦ୍ଧାନ୍ତ ହୋଇଥିବା ଜାଣି , ଆଉ ବୁଢ଼ା ନାଥୀ ସିଂହଙ୍କର ବିଶ୍ୱାସଭରା କଥା ଶୁଣି ସମିଟିର ସଭ୍ୟମାନେ ଏହାକୁ ଏକ ଆହ୍ୱାନ ବୋଲି ମନେ କଲେ । ଜଣେ ସଭ୍ୟ ତାଙ୍କ ଗ୍ରାମରେ ଏଇ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ ବଲି ଲଣାଇ ଦେଲେ। ତି' ପରେ ଅନ୍ୟମାନେ ଏହା ଏକ ସପକ୍ଷରେ ନିଜର ମତ ନଦେଇ ରହି ପାରିଲେ ନାହିଁ। ଏହିପରି ଭାବରେ ବୈଠକରେ ଖୁବ ଉସ୍ଚାହ ସୃଷ୍ଠି ହେଲା। ଶେଷରେ ପଞ୍ଚାଯତ ସମିତି ଏହି ମର୍ମରେ ଏକ ପ୍ରସ୍ତାବ ଗ୍ରହଣ କରିନେଲେ।

ନାଥୀ ସିଂହ ନିଜର କଥାକୁ ସଫଳ କରାଇବା ପାଇଁ ସବୁଠୁଁ ବେଶୀ ଲାଗିପଡ଼ିଥିଲେ। ଦିନ ନାହିଁ ରାତି ନାହିଁ-ଅକ୍ଳାନ୍ତ ପରିଶ୍ରମ କଲେ। ଗାଁ ଗାଁ ବୁଲି ଚାଷି ମାନଙ୍କୂ ଉସ୍ଚାହ ଦେଲେ, ସାହାଯ୍ୟ କଲେ। ଚାଷରେ ଯାହାର ଯାହା ଦରକାର ପଡ଼ୁଛି ତାକୁ ଆଣି ଯୋଗାଇ ଦେବାରେ ସେ ପଛାଇଲେ ନାହିଁ। କ୍ଷେତ କାମରେ ହାଲିଆ ହୋଇ ପଡ଼ିଲା ବେଳେ ନାଥୀ ସିଂହ୍ଙ୍କର ମଧୁର କଥା କେଇପଦ ଦେହରେ ନୂଆ ବଳ ସଞ୍ଚାର କଲା। କାହାର ନିରସ ମନରେ ତାଙ୍କର ଆଶ୍ୱାସନା ନୁଆ ଆଶା ଭରି ଦେଲା।

ଅରହରା ଗାଁର କ୍ଷେତଗୁଡ଼ିକରେ ଚାଷୀମାନଙ୍କର ସ୍ରମ ଆଉ ଶକ୍ତି ର ସୁଅ ଛୁଟିଲା। ଭଲ ଭଲ ବିହନ ବୁଣା ଗଲା। ନୂଆ ନୂଆ ପ୍ରକାରର ସାର ଜମିରେ ଦିଆଗଲା। ଯେଉଁଠି ଦରକାର ପଡ଼ିଲା କୀଟନାଶକ ଔଷଧ ବିଞ୍ଚାଗଲା। ବୈଜ୍ଞାନିକ ଯନ୍ତ୍ରପାତି ବ୍ୟଭାର କରାଗଲା। ବକ୍