କର୍ମ ଚାରୀମାନେ ଏ ଦିଗରେ ଚାଷୀମାନଙ୍କୁ ସବୁପ୍ରକାର ସାହାଯ୍ୟ କଲେ। ସମ୍ବାଯ ସମିତି ଜରିୟାରେ ସବୁ ଚାଷ ସରଞ୍ଜାମ, ସାର, ବିହନ ଅଦି ଶସ୍ତା ଓ ସୁବିଧାରେ ସେମାଙ୍କୁ ଯୋଗାଇ ଦିୟାଗଲା। ଘମ କ୍ଷେତରେ ଶଗୁଆ ଲହରୂଖେଳିଗଲା।
ଦିନ ପରେ ଦିନ, ମାସ ପରେ ମାସ ଗଲା। ଘମ କ୍ଷେତରେ ସୁନାର ଫସଲ ହସି ଉଠିଲା। ଅରହର ଗାଁର ସବୁରି ମୁହଁରେ ଅନନ୍ଦ ଆଉ ବିଶ୍ୱାସ ଫୁଠି ଉଠିଲା। ଘମ ଅମଳ ହେଲା। ହିସାବରୁ ଜଣାଗଲା ହାରାହାରି ଏକର ପିଛା ୩୯ ମହଣ ଘମ ଫଳିଛି। ଅମା୍ତେ ପିଲା ଠାରୁ ବୁଢ଼ା ଯାଏ ଆନ୍ଦରେ ବିହ୍ୱଳ ହେଲେ। ସେଇ ଗ୍ରାମ ସଭା ସରଙ୍କାରଠାରୁ ଏକ ହଜାର ତଙ୍କା ପୁରସ୍କାର ପାଇଲା। କିନ୍ତୁ ଗ୍ରାମର ଚାଷୀମାନେ ପ୍ରାୟ ଦ୍ୱିଗୁଣ ଘମ ଫସଲ ପାଇ ନିଜ ନିଜକୁ ଯଥେଷ୍ଟ ପୁରସ୍କାର ଦେଇ ପାରିଥିଲେ। ନିଜେ ସ୍ୱଚ୍ଛନ୍ଦରେ ଚଳ ସେମାନେ ଅନ୍ୟମାନଙ୍କୁ ଶସ୍ୟ ବିକିଲେ। ଆଗରେ ଯେଉଁମାନେ କରଜରେ ବୁଢ଼ୀଥିଲେ ସେମାନେ ସେଥିରୁ ମୁକୁଳି ଆଶ୍ୱାସ୍ତରେ ନଶ୍ୱାସ ମାରିଲେ।
ଗାଁ ପରିମଳ ଧୋବା ତୁଠରୁ, ଗାଁର ଉନ୍ନତି ସ୍କୁଲ ଘରୁ। ସ୍କୁଲ ପାଇଁ ସୁନ୍ଦର ପକ୍କା ଘରଟିଏ ତିଆରି ହେଲା। ଗାଁ ରାସ୍ତା ପକ୍କା ହୋଇଗଲା। ଗାଁ ସାରା