ପୃଷ୍ଠା:Matir chasi jatir padmashri.pdf/୧୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପଶେ ନାହିଁ।କେତେବେଳେ ସେ କ୍ଷେତରେ ହଳ କରୁଥାନ୍ତି ତ କେତେବେଳେ ଛୋଟ କୁକୁଡା ଛୁଆଙ୍କୁ ଅହାର ଦେଉଥାନ୍ତି। ଧାନ କିଆରୀରେ ସେ କେତେବେଳେ କାମଦାମ ଦେଖୁଥାନ୍ତି ତ କେତେବେଳେ ନାଳର ପାଣିକୁ ଜମିରେ ମଡାଉଥାନ୍ତି। ସେ ଦିନ ତମାମ ଯେଉଁ ପରି ନାନା କାମରେ ଲାଗି ପଡ଼ିଥା'ନ୍ତି, ଯେ କୈଣସି ଲୋକ ମନେ କରିବ ଯେ ସେ ସବୁଥିରେ ପକ୍କା; ଆଉ ସାରା ନାଟକଟିର ଓସ୍ତାଦ।

ଶ୍ରୀନିବାସନ୍-ଙ୍କ ବୟସ ଏବେ ଜମା ତିରିଶ ବତିଶ ବର୍ଷ ହୋଇଛି। ତାଙ୍କୁ ଆଖପାକ୍ଖରେ ସମସ୍ତେ "ପାପା" ବୋଲି ଜାଣନ୍ତି। ତାମିଲ ଭାଷାରେ 'ପାପା' ଖିଲେ ପିଲାଙ୍କ୍କ୍କ୍କ୍କୁ ବୁଝାଏ। ସେ ପ୍ରକୃତରେ ଘର ଭିତରେ ସବୁଠୁଁ ସାନ। ତାଙ୍କ ବାପା ଗୋଟିଏ ନାମଜାଦା ଖବରକାଗଜ ଅଫିସରେ କାମ କରନ୍ତି । ତାଙ୍କର ପାଞ୍ଚ ପୁଅ। ସେମାନଙ୍କ ମଧ୍ୟରେ ଦୁଇ ଭାଇ ବ୍ୟାଙ୍କରେ କାମ