ପୃଷ୍ଠା:Matir chasi jatir padmashri.pdf/୧୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆଗବଳି ପାଣି ମଡ଼ାଇବା ଭାରି କଷ୍ଟକର ଥିଲା। ତେଣୁ ଯେଉଁ ଗଛ ବେଶୀ ପାଣି ଲୋଡ଼େ ନାହିଁ, ଅଥଚ ସେ ଭାରି ଦରକାର ପଡ଼ୁଛି, ସେଭଳି ଗଛ ସେଠାରେ ଲଗାଇବାକୁ ଶ୍ରୀନୀବାସନ୍ ଭାବିଲେ। ସେ ପଛ ଚାରୀ ଏକର ଜମିରେ ଜାଳେଣି ପାଇବାକୁ ଚାଖୁଣ୍ତା ଗଛର ଚାରା ଲଗାଇ ଦେଲେ। ସେ ମଧ୍ୟ ଆଗରୁ ଲଗା ଯାଇଥିବା ଏତେ ଜାଗାରେ ପଣସ ଆଉ ଆମ୍ବଗଛ ରଖିବାକୁ ଚାହିଁଲେ ନହିଁ। ତା ବଦଳରେ ସେ କିଛି ଖାଦ୍ୟ ଶସ୍ୟ ଚାସ କରିବାକୁ ଇଚ୍ଛା କଲେ। ୧୯୬୦ ମସିହାରେ ସେ ଆଉ ଗୋତିଏ କୂଅ ଖୋଳାଇ ଆଗଠାରୁ ତିକିଏ ଛୋଟ ପମ୍ପ ସେଥିରେ ଲଗାଇଲେ । ତାପରେ କେତେକ ଜାଗାରୁ ପଣସ ଗଛ କାଟି ପ୍ରଥମ ଥର ପାଇଁ ସେଠାରେ ଧାନ ବୁଣିଲେ।

ଏ ପର୍ଯ୍ୟନ୍ତ ଶ୍ରୀନିବାସନ୍ ସବୁ କଥା ଏକା ବୁଝୁଥିଲେ। ଦିନ ସାରା ନିଜେ ଖଟି ଅନ୍ୟକୁ ଖଟାଇ ତାରି ଭିତରେ