ପୃଷ୍ଠା:Matir chasi jatir padmashri.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନିଜେ ରୋଷାଇବାସ କରି ଖିଆପିଆ ମଧ୍ୟ କରୁଥିଲେ । କିନ୍ତୁ ଯେତେବେଳେ କାମ ଖୁବ୍ ବଢ଼ି ଗଲା, ଆହୁରି ଅଧିକ ସମ୍ୟ ଦେଖାଚାହାଁ ଦରକାର ପଡ଼ିଲା, ସେ ଗୋଟିଏ ପୁଜାରୀ ରଖିଲେ । ତା ନାଁ ରାଜୁ, କିନ୍ତୁ ସଙ୍ଗ ଗୁଣରୁ ଯେମିତି ମଣିଷ ଭଲ ଆଉ ଖରାପ ଗୁଣ ଶିଖିଯାଏ, ରାଜୁ ସେମିତି ଶ୍ରୀନିବାସନ୍ ଙ୍କଠାରୁ ବହୁତ ଭଲ କଥା ଶିଖିଗଲା। ସେ ଖାଲି ରୋଷେଇ କଲା ନାହିଁ। ସେ ଚାଷବାସ ଆଉ କଠିନ ପରିଶ୍ରମରେ ମଧ୍ୟ ଆଗ୍ରହୀ ହେଲା। ସେ କ୍ଷେତ କାମରେ ସାହାଯ୍ୟ କରିବାରୁ ଶ୍ରୀନିବାସନ୍ ଉସ୍ଚାହିତ ହୋଇ ଆଉ ଅଧିକ ଚାଷକରି ଫସଲ ଫଳାଇବାରେ ଲାଗିଲା।

୧୯୬୧ ମସିହାରେ ପୁଣି ପାଞ୍ଚ ଏକର ଆଉ ୧୯୬୪ରେ ପ୍ରାଯ ଏଗାର ଏକର ଜମି କିଣାଗଲା। କିନ୍ତୁ ଏ ସବୁ ଜମି ଅଲଗା ଅଲଗା ଦୁଇଟି ଗାଁରେ। ଏଇ ନୁଆ ୧୬ଏକର ଭିତରୁ ଅଧେ ଜମିରେ ଚାକୁଣ୍ତା, ଝାଉଁ ଆଦି ଗଛ ଲାଗିଲା। ଆଉ ଅଧିକରେ ମେଣ୍ଢା, କୁକୁଡ଼ା ଚରିବା ପାଇଁ ଘାସ ପଡ଼ିଆ ହେଲା। କୂଅ ପାଖରେ ଥିବା ଆଉ ଚାରି ଏକର ଜମିରୁ ପଣସ ଗଛତକ କାଟି ସେଇ ସେଠାରେ ଧାଞ୍ଚାଷ କରାଗଲା।

ଏବେ ଶ୍ରିନିବାସନ୍ ମୁଣ୍ତକୁ ଆଉ ଗୋତିଏ ନୂଆ ଯୋଜନା ଆସିଲା। ସେ ଭାବିଲା ମାନ୍ଦ୍ରାଜ ସହରରେ ସମୟ ସମୟରେ ଫଳର ଅଭାବ ପଡ଼େ । ତେଣୁ