ପୃଷ୍ଠା:Matir chasi jatir padmashri.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପାଦପ୍ପାଇଠାରେ ଖଣ୍ଡେ ଜାଗାରେ କାହିଁକି ଫୁଲ ବଗିଚାଟିଏ କରିବା ନାହିଁ ? ଫଳରେ ଗୋଟିଏ ସୁନ୍ଦର ବଗିଚା ସେଠି ବଢି ଉଠିଲା । ବର୍ତ୍ତମାନ ସେଠାରେ ତିନି ହଜାରରୁ ଅଧିକ ଗଛ ରହିଛି । ସେଠାରୁ ଅଳ୍ପ ଦୂରରେ ପନିପରିବା ବଗିଚା ଆଉ ସେଥିରେ ପ୍ରଚୁର ମୂଳା ଓ ଭେଣ୍ଡି ଫଳେ ।

ବ୍ରାହ୍ମଣମାନେ ଏମିତି ଚାଷବାସ କରିବା ତ ସହଜେ ଆଚମ୍ବିତ କଥା ! ପୁଣି ସେମାନେ କୁକୁଡା ଫାର୍ମ କରିବା ଆହୁରି ଅଦ୍ଭୁତ ବିଷୟ । କିନ୍ତୁ ଶ୍ରୀନିବାସନ୍ ଏ ସବୁ ଅନ୍ଧ ପରମ୍ପରାର ବାହାରେ । ସେ ନୂଆ ଯୁଗ ଆଉ ସମାଜର ଆଗୁଆ ଲୋକ । ପୁଣି ଶ୍ରୀନିବାସନ୍ ଙ୍କଠାରୁ ଏଇ କୁକୁଡା ପାଳିବା ବିଷୟରେ କେତେକ ମଜା କଥା ଶୁଣିବାକୁ ମିଳେ ।

ସେ ଗାଁ ରେ ପ୍ରଥମେ କେତେଗୁଡିଏ ଦେଶୀ କୁକୁଡା ପାଳିଥିଲେ । କିନ୍ତୁ ତାଙ୍କର ମରହଟ୍ଟୀ ବାପା ଏ କାମ କୁ ଆଦୌ ପସନ୍ଦ କଲେ ନାହିଁ । ଶେଷରେ ସେମାନେ ଦିନେ କଥାର ସମାଧାନ କଲେ । ଖାଉଟିମାନଙ୍କୁ କୁକୁଡାତକ ନ ବିକି ଶ୍ରୀନିବାସନ୍ ସ୍ଥାନୀୟ ବି.ଡି.ଓ ଙ୍କୁ ଦେଲେ । ବି.ଡି.ଓ ସେତକ ପାଳିବାକୁ କେତେକଙ୍କ ମଧ୍ୟରେ ବାଣ୍ଟି ଦେଲେ । ଏହାର ଉଦ୍ଦେଶ୍ୟ ହେଲା ବ୍ରାହ୍ମଣ ଲୋକଙ୍କ ପକ୍ଷେ କୁକୁଡା ପାଳିବା ଅନ୍ୟାୟ । କୁକୁଡା ଖାଇବା ବା ଖାଇବାକୁ ବିକିବା ଆହୁରି ଦୋଷାବହ । ତେଣୁ ଅନ୍ୟମାନଙ୍କୁ