କୁକୁଡା ମାଗଣାରେ ବାଣ୍ଟି ଦେବାରେ ବିଶେଷ କିଛି ପାପ ନାହିଁ ବୋଲି ବି .ଡି.ଓ ଙ୍କୁ ଦିଆଯାଇଥିଲା ।
କିନ୍ତୁ ଥରେ ବମ୍ବେରୁ ଜଣେ ଭଦ୍ରଲୋକ ଆସିଥିଲେ । ସେ ଶ୍ରୀନିବାସନ୍ ଙ୍କ ବାପାଙ୍କୁ ଏମିତି ଭାବରେ ବୁଝାଇ ଦେଲେ ଯେ ସେ କୁକୁଡା ଫାର୍ମ କରିବାରେ ଆଉ ଆପତ୍ତି କଲେ ନାହିଁ । ବରଂ ବମ୍ବେରେ ଏ ବିଷୟରେ କୋଡିଏ ଦିନିଆ ତାଲିମ ପାଇବାକୁ ସେ ଶ୍ରୀନିବାସନ୍ ଙ୍କୁ ଆନନ୍ଦରେ ପଠାଇ ଦେଲେ । ବମ୍ବେରୁ ଫେରି ଶ୍ରୀନିବାସନ୍ ରାଜ୍ୟ ସରକାରଙ୍କଠାରୁ ଦୁଇ ଶହ ଟଙ୍କା ସାହାଯ୍ୟ ପାଇଥିଲେ ଏବଂ ଛଅ ଶହ ଟଙ୍କାରେ ୧୭୨ଟି କୁକୁଡାଛୁଆ କିଣିଥିଲେ । ବର୍ତ୍ତମାନ ତାଙ୍କର ୨୫୦ରୁ ଅଧିକ କୁକୁଡା ଅଛନ୍ତି ଏବଂ ସେଥିରେ କେବଳ ୧୦୦ ମାଈ କୁକୁଡା ସର୍ବଦା ଅଣ୍ଡା ଦେଇଥାନ୍ତି । ଆଉ ମଧ୍ୟ ଅଣ୍ଡା ଉଷୁମ କରିବା ପାଇଁ ସେ ଗୋଟିଏ ଯନ୍ତ୍ର ରଖିଛନ୍ତ୍ତି, ଯାହାଦ୍ୱାରା ଏକ ସମୟରେ ୧୦୦ଟି ଅଣ୍ଡାରୁ ଛୁଆ ଫୁଟିଥାନ୍ତି । ସେ ନିଜେ ଏ ଯନ୍ତ୍ରଟି କିରୋସିନ ତେଲରେ ଚଳାଇଥାନ୍ତି ।
ମେଣ୍ଢା ପାଳିବା କଥା କୁକୁଡା ପାଳିବା ଆଗରୁ ଶ୍ରୀନିବାସନ୍ ଚିନ୍ତା କରିଥିଲେ । ସେ ବି ଡି ଓ ଙ୍କ ଜରିଆରେ ତିନୋଟି ଜାତିଆ ମେଣ୍ଢା ପାଇଥିଲେ । ବର୍ତ୍ତମାନ ସେଇ ସଂଖ୍ୟା ବଢି ୭୫ ହେଲାଣି । କୁକୁଡାଙ୍କୁ ଭଲ ପାଇବା ପରି ଶ୍ରୀନିବାସନ୍ ମେଣ୍ଢାଗୁଡାକୁ ବି ଭାରି ସୁଖ ପାନ୍ତି । ସେମାନଙ୍କର ଭଲ ମନ୍ଦ ପାଇଁ ତାଙ୍କର ଭାରି ଆଖି; ଆଉ ସେମାନଙ୍କର ଉନ୍ନତି ପାଇଁ ସେ ଭାରି ଯତ୍ନବାନ୍ ।