ପୃଷ୍ଠା:Matir chasi jatir padmashri.pdf/୨୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବୟସ ଯେଉଁଠି ହାର ମାନିଛି

ଆପଣ ପଞ୍ଚଷଠି ବର୍ଷ ବୟସର ଯୁବକ କେବେ ଦେଖିଛନ୍ତି? ବୁଢ଼ା ହେଲେ ବି ସେ ବେକାର ନୁହନ୍ତି । ବୟସ ବେଶୀ ହୋଇଥିଲେ ବି ଯୌବନର ଆଗ୍ରହ ଉତ୍ସାହ ଖସି ନାହିଁ। ହସି ହସି ସେ କାମ କରିଯାଆନ୍ତି। ତାଙ୍କର ଏଗାରଟି ପିଲା। ୧୧୦ ବିଘା ଜମି । ତାଙ୍କ କ୍ଷେତରେ ଦୁଇଟି କଳ ଲଙ୍ଗଳ କାମ କରେ। ତାଙ୍କର ଜାତିଆ ଗୋରୁଗାଈଙ୍କ ସଂଖ୍ୟା ତିରିଶରୁ କମ୍ ନୁହେଁ। କ୍ଷେତରେ ସେ ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ସେ କେଉଁ ପରି ଘରେ ରହନ୍ତି ଜାଣିଛନ୍ତି? ଛୋଟଘର। ଚାଳ ଛପର। ବାଉଁଶ ତିଆରି କାନ୍ଥ। କଷ୍ଟେ ମଷ୍ଟେ ଏତେ ବଡ଼ ପରିବାରଟି ସେଥିର ଚଳିଯା'ନ୍ତି। ଅବଶ୍ୟ ଘରଟି ଦେଖିବାକୁ ସଫା ସୁତୁରା।

ଆପଣ ନିଶ୍ଚୟ ଭାବୁଥିବେ ଲୋକଟା ନିପଟ ଲୋଭୀ। ନ ହେଲେ ଏତେ ଧନ ସମ୍ପତ୍ତିର ମାଲିକ ହୋଇ ଏମିତି