ପୃଷ୍ଠା:Matir chasi jatir padmashri.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଚଳିବ ନାହିଁ । ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଓ ଉତ୍ସାହ ଦେଇ ସରକାର ଯେତେଶୀଘ୍ର ଜାତିର ଯୁବକମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାରେ ଅଭ୍ୟସ୍ତ ଓ ଆଗ୍ରହୀ ନ‌କରିଛନ୍ତି, ସେପର୍ଯ୍ୟନ୍ତ ଦେଶର ମୁକ୍ତି ନାହିଁ କି ଶାନ୍ତି ନାହିଁ । ଏହା କେଡ଼େ ନିରାଟ ସତକଥା !

ଛବି

ଉଚ୍ଚ ଶିକ୍ଷିତ ହୋଇ ସେ କେବଳ ନିଜେ ମାଟିର ମଣିଷ ହୋଇ ନାହାନ୍ତି ନିଜର ପିଲାମାନଙ୍କୁ ମଧ୍ୟ ସେମିତି ଗଢ଼ି ପାରିଛନ୍ତି । ତାଙ୍କର ଚାରୋଟି ପୁଅଙ୍କ ମଧ୍ୟରୁ ବଡ଼ ଜଣଙ୍କ ପଶୁବିଜ୍ଞାନରେ ବି ଏ ପାସ୍ କରି କଲିକତାରେ ଗୋଟିଏ ମ୍ୟୁନିସିପାଲଟିରେ କାମ କରନ୍ତି । ଦ୍ୱିତୀୟ ପୁଅ ବିଜ୍ଞାନରେ ବି ଏ ପାସ୍ କରି ନିଜର ଚାଷ କାମ ଦେଖନ୍ତି । ତୃତୀୟ ପୁଅ ଗୋରୁମାନଙ୍କ ଲାଳନ ପାଳନ ସମ୍ପର୍କରେ ଉଚ୍ଚଶିକ୍ଷା ଲାଭକରି ଭଲ ସରକାରୀ ଚାକିରୀଟିଏ କରିଥିଲେ । ମାତ୍ର ଆଧୁନିକ ବୈଜ୍ଞାନିକ ରୀତିରେ ନିଜର ଗୋଶାଳାକୁ ଉନ୍ନତ କରି ଗଢ଼ିବା ପାଇଁ ସେ ସେଇ ଚାକିରୀରିରୁ ଇସ୍ତଫା