ପୃଷ୍ଠା:Matir chasi jatir padmashri.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହାତ ଚଳିଲେ ଭାତ

ଦିଲ୍ଲୀର ଜଣେ ବିଖ୍ୟାତ ସାହିତ୍ୟିକ । ତାଙ୍କର ନାମ ଖୁସ୍‌ବନ୍ତ ସିଂହ । ଥରେ ସେ ଗୋଟିଏ ବିଦେଶୀ ପତ୍ରିକାର ସଂପାଦକଙ୍କଠାରୁ ଲେଖାଟିଏ ପଠାଇବାକୁ ଜରୁରୀ ଅନୁରୋଧ ପାଇଲେ । ଲେଖାଟି ପୁଣି ହେବ ମରୁଡ଼ି-ପୀଡ଼ିତ ଗୋଟିଏ ଦୁଇଟି ଭାରତୀୟ ଗ୍ରାମର ଚିତ୍ର ।

ସେ ତେଣୁ ମାଇଲିଏ ପାଖାପାଖି ଦୁଇଟି ଗାଁ ଏଥିପାଇଁ ବାଛିଲେ । ଦୁଇ ଗାଁର ଭୂଇଁ ଏକପ୍ରକାର ଆଉ ଉଭୟ ଗାଁରେ କୂଅ ସାହାଯ୍ୟରେ ଜଳସେଚନର ସୁବିଧା ଅଛି ।

ଶୀତଦିନ । ସେ ପ୍ରଥମେ ବଡ଼ିଭୋରରୁ ଗୋଟିଏ ଗାଁ ଭିତରକୁ ପଶିଲେ । ଗାଁ ମୁଣ୍ତରେ ଚା' ଖଟି । କେତେକ ଚାଷୀ ଚୂଲିର ଆଞ୍ଚ ପାଖରେ ବସି ନିଆଁ ପୋଉଁଥିଲେ । ଖୁସ୍‌ବନ୍ତ ସିଂହ ସେମାନ‌ଙ୍କୁ ଶୁଭେଚ୍ଛା ଜଣାଇ "କ'ଣ ହାଲଚାଲ" ବୋଲି ପଚାରିଲେ ?