ପୃଷ୍ଠା:Matir chasi jatir padmashri.pdf/୩୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସରପଞ୍ଚ ଖୁବ୍ ଜୋର ଦେଇ ଖିଲେ-ମରୁଡି କଥାଟା ମନଗଢା, ଭାରି ଅତିରଞ୍ଜିତ ହୋଇ ବାହାରେ ପ୍ରଚାରିତ ହେଉଛି । କିନ୍ତୁ ଯେତେ ଦୂର ସମ୍ଭବ ଆମେ ଏବର୍ଷ ଗଲବର୍ଷ ଠାରୁ ଅଧିକ ଫସଲ ଫଳାଇ ପାରିବୁ। ଏ ଆଶା ଆମର ରହିଚି।

ଲେଖକ ବଢ ବିସ୍ମିତ ହେଲେ। କଥାଟା କ'ଣ ଜାଣିବାକୁ ସେ ଭାରି ଉଦ୍ ଗ୍ରୀବ ହୋଇ ପଢିଲେ। ସେ ନମ୍ର ସ୍ୱରରେ ପଚାରିଲେ ଆପଣ ଦୟାକରି ଯାହା କହିଲେ ତାର କାରଣ ଟିକିଏ ବୁଝାଇ ଦେବେ କି ?

ସରପଞ୍ଚ ଉତ୍ତର ଦେଲେ- କାରଣଟା ଅତି ସହଜ ,ଅତି ଜଣାଶୁଣା। ମୁଁ ଆଉ ଆପଣଙ୍କୁ ବୁଝାଇବ କ'ଣ? ବର୍ଷା ହେଲା ନାହିଁ। ତେଣୁ ଆମେ ଚାଷ କରିବାକୁ ଅଧିକ ସମୟ ପାଇଲୁ। ଆମର ପାଞ୍ଚଶହ ପ୍ରାଣୀ ଥିବା ଏଇ ଗଁଅରେ ଯେତେ ନଳକୂଅ ଅଛି ସେଗୁଢିକର ଚାରିପାଟକୁ ଲାଗି ସବୁ କାମ ଆମେ ଭଲ ଭାବରେ ବିଚାରି ଓଡ କରି ହଳ କରିଦେଲୁ। ଆମର ଏଠି ଚବିଶଟି ନଳକୂଅ ଅଛି। ଆମେ ତ ଭଲ ବିହନ ବୁଣିଲୁ। ମୁଁ ତ ମେକ୍ ସିକୋର ଗୋଟିଏ ଜାତିଆ ଗହମ ବିହନ ଆଣି ବୁଣିଚି। ଆଶା କରୁଚି ଏହା ଭାରତୀୟ ଗହମର ତିନିଗୁଣ ଫଳ ପାଇବ। ଅଧିକ ସାର ତ ଦିଆଜାଇଛି। ଦଶ ବର୍ଷ ତଲେ ମୋର ଯେଉଁ ଜମିରୁ ଏକର ପିଛା ୨୫ ମହଣ ଗହମ ମିଳୁଥିଲା, ସେଠାରେ ଗଲାବର୍ଷ ଏକର ପିଛା ୩୫ ମହଣ ଗହମ ଫଳିଥିଲା। ଯଦି ଭଗଭାନ୍ କରନ୍ତି, ହୁଏତ ଏ ବର୍ଷ ମରୁଡି ସତ୍ତ୍ୱେ ମୁଁ