ପୃଷ୍ଠା:Matir chasi jatir padmashri.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏକର ପିଛା ୪୦ ମହଣରୁ ଅଧିକ ଗହମ ସେ ଜମିରୁ ଆଶା କରୁଛି ।

ନିଜର ଶକ୍ତିସାମର୍ଥ୍ୟ ଉପରେ ମନୁଷ୍ୟର କେଡ଼େ ବିଶ୍ୱାସ ଆଉ ଆସ୍ଥା ! ଏତେ ଅସୁବିଧା ଆଉ ବାଧାବିଘ୍ନ ଭିତରେ ତା'ର କେଡ଼େ ଦୃଡ଼ତା  ଆଉ ସାହସ । ସରପଞ୍ଚଙ୍କର ଆତ୍ମ ବିଶ୍ୱସ ଆଉ ଦୃଢ଼ତା  ଦେଖି ଲେଖକଙ୍କର ମନରେ  ଆନନ୍ଦ ଓ ଉତ୍ସାହ ବହୁ ଗୁଣିତ ହୋଇଗଲା । ସରପଞ୍ଚ ମୁହଁରେ ଆସ୍ଥା ଓ ଆଶାର ଆଲୁଅ ଖେଳାଇ ଦେଇ କହିଲେ-ଆମର ହେଲା ଚାଷର ଦେଶ । ଆମେ ଅନ୍ୟ ଦେଶକୁ ଗହମ ବିକିବା କଥା । କିନ୍ତୁ ଆମେ ଓଲଟି ଅନ୍ୟ ଦେଶରୁ ଏହା ଭିକମାଗି ପେଟ ପୋଷୁଚୁ । କେଡ଼େ ଲଜ୍ଜା ଓ ଦୁଃଖଋ କଥା ! ଯଦି ଈଶ୍ୱର ଚାହିଁବେ ଆମେ ଶୀଘ୍ର ଆମର କର୍ତ୍ତବ୍ୟ କରିପାରିବା ।

ଏଇ ଛୋଟ ଗାଁ'ଟିକୁ ଆଗର ବଡ଼ ଗାଁ ସହିତ ତୁଳନା କଲେ କେତେ ତଫାତ୍ ! ! ଆଶା ଆଉ ନିରାଶା, ନିଜ ଗୋଡ଼ରେ ଠିଆ ହେବା ଆଉ ଅପରକୁ ଚାହିଁ ରହିବା ଭିତରେ କେତେ ଆକାଶ ପାତାଳ ପାର୍ଥକ୍ୟ ସତେ !

ଏ ଛୋଟ ଗାଁର ସବୁ ଘରଗୁଡ଼ିକ ପକ୍କା ବା ଇଟାରେ ତିଆରି । ସବୁ ଘରକୁ ବିଜୁଳି ଆଲୁଅ ନିଆ ଯାଇଛି । ଆଠଟି ଘରେ ରେଡ଼ିଓ ବାଜୁଚି । ପୁଣି ଗାଁ ମଝିରେ ଗୋଟିଏ ସାଧାରଣ ରେଡ଼ିଓ ଲଗାଯାଇଛି ! ପ୍ରତି ଘର ଆଗରେ ପାଣି ଉଠାଇବା ଆଉ ମଡ଼ାଇବା ପାଇଁ ଗୋଟିଏ