Jump to content

ପୃଷ୍ଠା:Matir chasi jatir padmashri.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗୋଟିଏ ଯନ୍ତ୍ର ଲାଗିଛି । ଗାଁ ସାରା କେଉଁଠି ହେଲେ ଖୋଲା ନାଳଟିଏ ନାହିଁ । କି ଟିକିଏ ଖରାପ ଗନ୍ଧ ନାକରେ ବାଜିବ ନାହିଁ । ଗାଁ ର ସବୁପିଲା କି ଝିଅ କି ପୁଅ,କି ହରିଜନ କି ଉଚ୍ଚଜାତିର ହେଉ ସ୍କୁଲକୁ ଯାଉଛନ୍ତି । ଲେଖକ ପୁଣି ଶୁଣି ଆଶ୍ଚର୍ଯ୍ୟ ହେଲେ ଯେ ଦୁଇ ଗାଁର ଲୋକଙ୍କ ଜମିମାଡ଼ି ପ୍ରାୟ ସମାନ ! ତେବେ ଦୁହିଁଙ୍କ ଭିତରେ ଏତେ ବିରାଟ ପାର୍ଥକ୍ୟ କାହିଁକି ?

ସରପଞ୍ଚ ଟ୍ରାକ୍ଟରରେ ପୁଣି ଥରେ ଷ୍ଟାଟ୍ ଦେଇ କହିଲେ-ସର୍ଦ୍ଦାରଜୀ, ଆମେ ଯଦି ଆମର ଗଦି ଉପରେ ଦିନସାରା ବସି ରହି ସରକାରଙ୍କଠାରୁ ସବୁକିଛି ପାଇଯିବା ବୋଲି ଆଶା କରିବା, ଆଉ ନପାରିଲେ ଖାଲି ଗୁଣୁ ଗୁଣୁ ହେବା, ତେବେ ଆମକୁ ଯାହା ମିଳିବ ଆମେ ଭୋଗ କରିବା । ଭଗବାନ୍ ବି କାହିଁକି ସାହା ହେବେ ? ସବୁଠୁଁ ସରଳ କଥା ହେଲା, ନିଜ ହାତରେ ସବୁ କର । ନିଜ ଗୋଡ଼ରେ ଠିଆ ହୁଅ । ତେବେ ସବୁ ଠିକ୍ ହୋଇଯିବ । ହାତ ଚଳିଲେ ଭାତ ଅଭାବ ହେବ ନାହିଁ-ଏହା ହେଲା ସାର କଥା ।

ଖୁସ୍ ବନ୍ତ ସିଂହ ଏହି ତାତ୍ପର୍ଯ୍ୟପୂର୍ଣ୍ଣ କଥାତକ ଶୁଣି ଅତିଶୟ ଆନନ୍ଦିତ ହୋଇ ପଡ଼ିଲେ ।

ତାଙ୍କୁ ବିଦାୟ ନମସ୍କାର ଜଣାଇ ସରପଞ୍ଚ ଯେତେବେଳେ ତାଙ୍କ କ୍ଷେତକୁ ଟ୍ରାକ୍ଟର ଚଳାଇ ନେଲେ ପଛରୁ ଡିଜେଲ ଧୂଆଁ ର କଳାମେଘ ଖଣ୍ଡି ମାଡ଼ି ଆସିଲା । ସେତେବେଳେ