ପୃଷ୍ଠା:Matir chasi jatir padmashri.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କେରଳରେ ମାଧବନ୍ ଜଣେ ଧନୀଲୋକ । ଜଣେ ବଡ ଶିଲ୍ପ୍ପ୍ପ୍ପ୍ପତି ମଧ୍ୟ । ସେ ଓ ତାଙ୍କର ଭାଇମାନେ ଗୋଟିଏ ଦିଆସିଲି କାରଖାନାର ମାଲିକ । ମାଧବନଙ୍କର ପୁଣି ୩୦୦ ଏକର ରବର ବଗିଚା ରହିଛି ।

ଛବି

ତେବେ ଭଲ ଭାବରେ ଚାଷ କାମ କରିବାକୁ ତାଙ୍କର ଭାରି ମନ । ଭାରତ ପରି ସୁନାର ଦେଶରେ ଆଜି ଶଷ୍ୟର ଅଭାବ । ସେ ସହିପାରିବେ ନାହିଁ । ଏଇ ଅଭାବ ଦୂଋ କରିବାକୁ ସେ ନିଜର କମର ଭିଡିଲେ । ଚାରିପାଞ୍ଛ ବର୍ଷ ତଳର କଥା । ଏବେ ସେ ଯେଉଁଠି କ୍ଷେତ କରୁଛନ୍ତି , ସେ ଜମି ୧୯୫୨ ମସିହାରେ କିଣା ଯାଇଥିଲା । ବର୍ଷ ପରେ ବର୍ଷ ବିତିଲା । ସେ ସେଠାରେ କ'ଣ କରିବେ ଠିକ୍ କରି ପାରିଲେ ନାହିଁ । ଦଷବର୍ଷ ପରେ ସେଠାରେ ଧାନ ଫସଲ