ପୃଷ୍ଠା:Matir chasi jatir padmashri.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପମ୍ପ ସାହାଯ୍ଯରେ ସେ କ୍ଷେତରେ ମଡାଉଥିଲେ । ଏଥିରୁ ଏତେ ଭଲ ଫଳ ମିଳୁଛି ଯେ, ମାଧବନ୍ କହନ୍ତି-- ଏମିତି ଛୋଟ ଛୋଟ ଜଳଭଣ୍ଡାରମାନ ତିଆରି କଲେ, ଚାଷୀମାନେ ବହୁତ ସୁବିଧା ପାଇପାରିବେ। ମାଟିତଳ ପାଣିଧାର ଆଉ ବର୍ଷା ପାଣିକୁ ସଞ୍ଚୟ କରି ଦରକାର ବେଳେ କ୍ଷେତରେ ମଡାଇବା ପାଇଁ ଏହା ଭାରି ସୁବିଧାଜନକ ଉପାୟ ।


ମାଧବନ୍ ନାୟାର ଏବେ ଖାଲି କେରଳରେ କାହିଁକି ପାଖ ପଡିଶା ପ୍ରଦେଶମାନଙ୍କରେ ବି ଭାରି ଜଣାଶୁଣା । ତାଙ୍କର ସୁନାର ଧାନକ୍ଷେତ ଆଜି ଗୋତିଏ ତୀର୍ଥସ୍ଥାନ ପରି ହୋଇଛି । କେରଳ ଗାଁ ଗଣ୍ଡାରୁ ଦଳ ଦଳ ହୋଇ ଚାଷୀମାନେ ଆସି ତାଙ୍କର କ୍ଷେତ ଦେଖନ୍ତି । ମାଧବନ୍ ବହୁ ସମୟ ଧରି ସେମାନଙ୍କୁ ବୁଝାଇ ସୁଝାଇ ଦିଅନ୍ତି। ସେମାନେ ବହୁକଥା ଶିକ୍ଷା କରିଯା'ନ୍ତି; ଆଉ ପ୍ରେରଣା ପା'ନ୍ତି । ସେମାନଙ୍କ ମନରେ କେତେ ନୂଆ ଭାବନା ଖେଳିଯାଏ । ସେମାନେ ବି ଏମିତି କରିବେ । ବିଦେଶରୁ ମଧ୍ଯ ଅନେକ ଚାଷି- ପଣ୍ଡିତ ଆସି ତାଙ୍କ କ୍ଷେତ ଦେଖି ଖୁସି ହୁଅନ୍ତି, ଅବାକ୍ ହୁଅନ୍ତି।


ମାଧବନ୍ଙ୍କର ଏପରି ସଫଳତାର ମୂଳରେ ରହିଛି ତାଙ୍କର ଟାଣ ମନବଳ, କଠିନ ପରିଶ୍ରମ ଆଉ ଗଭୀର ଜାତିପ୍ରେମ । ଆଖିବୁଳା କ୍ଷେତରେ ଟଙ୍କା ଖର୍ଚ୍ଚ କରି ସେ ଖୁବ୍ ଭଲ ଫଳ ପାଉଛନ୍ତି।