ପୃଷ୍ଠା:Matir chasi jatir padmashri.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମାଟିର ଚାଷୀ, ଜାତିର ପଦ୍ମଶ୍ରୀ


ଦେଶର ବଡ଼ ବଡ଼ ଲୋକଙ୍କୁ ଭାରତ ସରକାର ଗୋଟିଏ ଗୋଟିଏ ଉପାଧି ଦେଇ ସମ୍ମାନ କରନ୍ତି । କାରଣ ସେମାନେ ହେଉଛନ୍ତି ଆମର ଗର୍ବ ଆଉ ଗୈ।ରବ । ସେହିପରି ନାଥୀ ସିଂହ ଆମର ଜଣେ ଆଦର୍ଶ ପୁରୁଷ । ସେ ଉତ୍ତର ପ୍ରଦେଶର ଅରହରା ଗ୍ରାମର ଗୋଟିଏ ସାଧାରଣ ଚାଷୀ । ଚାଷ କାମରେ ତାଙ୍କର ନାହିଁ ନ ଥିବା ସଫଳତା ଓ ନେତାପଣିଆ ଯୋଗୁଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ଦେଇଥିଲେ । ନିଜର ଶ୍ରମ, ବୁଦ୍ଧି ଓ ଟାଣ ମନ ଯୋଗୁଁ ସେ ନିଜ କ୍ଷେତରେ ବହୁତ ଶସ୍ୟ ଉପୁଜାଇ ଥିଲେ । ତା ସଙ୍ଗେ ସଙ୍ଗେ ସେଇ ଅଞ୍ଚଳରେ ବହୁଲୋକଙ୍କୁ ଏ ଦିଗରେ ଉତ୍ସାହ ଓ ପ୍ରେରଣା ଦେଇଥିଲେ ।

ସେତେବେଳେ ନାଥୀ ସିଂହଙ୍କର ବୟସ ଛଷଠି । ଏତେ ବୁଢ଼ା ହୋଇ ସୁଦ୍ଧା ତାଙ୍କର ଦେହକୁ ଅଳସ ଛୁଇଁ