ପୃଷ୍ଠା:Matir chasi jatir padmashri.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୪ )

ଲଗି ପଡ଼ିଲେ ଭଲ ଫସଲ ଫଳାଇ ପାରିବା । ଅନ୍ୟମାନେ ଆମକୁ ଦେଖି ଆଗେଇବାକୁ ଚେଷ୍ଟା କରିବେ ।

ନାଥୀ ସିଂହ ଉତ୍ତର ଦେଲେ-ଆମେ ଅବଶ୍ୟ କେତେ ଜଣ ମନ ଦେଲେ ଭଲ ହେବ । କିନ୍ତୁ ସମସ୍ତେ ଏକାଠି ଲଗି ନ ପଡ଼ିଲେ ଯଥେଷ୍ଟ ଫସଲ ଫଳିବ ନାହିଁ । ଦେଶର ଖାଦ୍ୟ ଅଭାବ ଦୂର ହେବ ନାହିଁ ।

ଜାନକୀନାଥ ପଚାରିଲେ– ତେବେ କ'ଣ କଲେ ଠିକ୍ ହେବ ଆପଣ କହନ୍ତୁ । ଆପଣ ଏ ଦିଗରେ ବାଟ ବତାଇ ଦିଅନ୍ତୁ । ସମସ୍ତଙ୍କ ମନ ନେଇ କାମ କରିବା ତ କମ୍ କଷ୍ଟକର କଥା ନୁହେଁ !

ନାଥୀ ସିଂହ ୬୬ ବର୍ଷର ବୃଦ୍ଧ ହେଲେ ବି ମନରେ ତାଙ୍କର ୨୬ ବର୍ଷର ଯୁବକର ଦୃଢ଼ ମନବଳ ଆଉ କାର୍ଯ୍ୟଦକ୍ଷତୋ ଭରି ରହିଛି । ହସ ହସ ମୁହଁରେ ସେ ଉତ୍ତର ଦେଲେ-ନିଶ୍ଚୟ ! ଯାହା କହୁଛନ୍ତ ତା ନିରାଟ ସତକଥା ! କିନ୍ତୁ କୁହନ୍ତୁ ଭଲା, କଷ୍ଟ ନ କରି କୃଷ୍ଣ କେଉଁଠୁ ମିଳିବେ ? ଆମେ ଆମ ଗ୍ରାମ ପଞ୍ଚାୟତ ପାଇଁ ଗୋଟିଏ ଉତ୍ପାଦନ ଯୋଜନା ତିଆର କରିବା । ସେଥିରେ ପ୍ରତ୍ୟେକ ଚାଷୀ ଭାଗ ନେବେ । ଅଧିକ କେତେ ଫସଲ ଆମେ ଫଳାଇବା ଏକାଠି ବି ଠିକ୍ କରିବା । ସବୁ ରକମ ଉପାୟ କରି ଆମେ ଲକ୍ଷ୍ୟ ହାସଲ କରିବାକୁ ଯତ୍ନ କରିବା । ଯତ୍ନ କଲେ ରତ୍ନ ମିଳେ । ଅନ୍ୟ ଗ୍ରାମପଞ୍ଚାୟତ ଗୁଡ଼ିକ ଏଇ ଆଦର୍ଶରେ ଯୋଜନା କରିବାକୁ ବୁଝାଇବା । ଏଇପରି ବ୍ଳକ୍‌ର ପ୍ରତି