ପୃଷ୍ଠା:Nala Damayanti Banabasa.pdf/୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୨ )

ଏହା ମାଂସେ ମୋ ଶରଧା
ରେ କୁନ୍ଦରଦ‌ନୀ ଗୋରୀ ଦିଅନାହିଁ ବାଧା ।।

ଏତେ କ‌ହି ଆପଣା ଶ୍ରୀଅଙ୍ଗୁ ବାସ ଫେଇ
ପକାନ୍ତେ ପକ୍ଷୀ ଉପରେ ଉଡ଼ିଗଲା ସେହି
ଡାକି ବୋଇଲା ଶୂନ୍ୟରେ,
ଆହେ ନଳ ଚିହ୍ନ ଏବେ ଭଲ କରି ମୋରେ ।।

ଦ୍ୱାପରେ ଯେ କଳି ଆମ୍ଭେ ଅଟୁ ବେନି ଭାଇ
କପଟେ ତୋ ରାଜ୍ୟ ଧନ ନେଉଛୁ ଛଡ଼ାଇ
ପୁଣି ଦେବୁ ଘୋର ଦୁଃଖ
ଏହାକୁ ଅଟଳ କରି ନିଜ ମନେ ରଖ ।।

ଏମନ୍ତ ଶୁଣି ରାଜନ ବିସ୍ମୟ ଭଜିଲେ
ପତି ଦୁଃଖ ଦମୟନ୍ତୀ ମହା ଶୋକ କଲେ
ପୁଣି ନିଜ ପିନ୍ଧା ବାସ,
କାଢ଼ିଣ ଅଧେ ନଳଙ୍କୁ ଦେଲେ ନାରୀଈଶ ।।

ପାଖେ ପାଖେ ପିନ୍ଧି ବାସ ପତି ପତ୍ନୀ ଦୁଇ
ବୁଲନ୍ତି ବାତୁଳି ସମ ଛନ୍ଦା ଛନ୍ଦି ହୋଇ
ବିଧାତାକୁ ଦେଇ ଦୋଷ
ଲ‌ଲାଟେ କର ମାରିଣ କ‌ହନ୍ତି ନରେଶ ।।

ଆଗୋ ସ‌ହି କପାଳ ଆମ୍ଭର ଏଡ଼େ ଫଟା
ପଥରେ ହେଉଛି ଆସି କେତେ ହଟ ହଟା
ଧିକ ପ୍ରାଣ ମୋ ନ ଯାଇ
କ‌ହୁ କ‌ହୁ କାନ୍ଦିଲେ ଆକୁଳେ ନରସାଇଁ ।

ପତି ସୋହାଗୀନୀ ସ୍ୱାମୀ କ୍ରନ୍ଦନ ଦେଖିଣ
ଦୁଃଖେ ଅଶ୍ରୂ ପୋଛି ସାନ୍ତ୍ୱନା ଦେଇଣ

( ୩ )

କ‌ହନ୍ତି ହେ ଜୀବେଶ୍ୱର,
ଚାଲ ଆମ୍ଭେ ଯିବା ଏବେ ପିତା ପୁରେ ମୋର ।।

ତାଙ୍କ ଆଶା ଧରି ସୁଖେ କାଳ କଟାଇବା
ଏ ବନ କଷଣ ଆଉ ସ‌ହି ନ ପାରିବା
ଏହା ଶୁଣି ନଳ ବୀର
ଭାବିଲେ ଏ କଥା ନୁହେଁ ଉଚିତ ବେଭାର ।।

ଯା ହେବାର ହେଉ ନିଦ୍ରାକାଳେ ମୁଁ ରାଣୀକି
ତ୍ୟାଗ କରି ପଳାଇବି ଯଦି ବା କେଣିକି
ଦୁଃଖ ଶୋକେ ହୋଇ ଜନ୍ମ
ନିଶ୍ଚେ ପିତା ଆଳୟକୁ ବଳାଇବ ମନ ।।

ପୁଣି ଭାବନ୍ତି ମୋହର ନୟନ ପିତୁଳି
ତାହାକୁ ବରଜି କେହ୍ନେ ଯିବି ଅବା ଚଳି
ହେବ ଅପରାଧ ଘୋର
ପୁଣି କିଛିକ୍ଷଣ ଭାବି କରନ୍ତି ବିଚାର ।।

କୋମଳାଙ୍ଗୀ ଛଇଳା ଏ ଲବଣୀ ପ୍ରତିମା
ବନବାସ ଦୁଃଖେ ଅଙ୍ଗ ହେଲାଣି କାଳିମା
ବନେ ତେଜିଲେ ଏହାକୁ
ସ‌ହି ନ ପାରିଣ କେବେ ବନ କଷଣକୁ ।।

ପଥ ପଚାରିଣ ପିତା ଆଳୟକୁ ଯିବ
ତାଙ୍କ ଗୃହେ ଥାଇ ସୁଖେ କାଳ କଟାଇବ
ଏହି କଥା କରି ସ୍ଥିର,
ଚଳି ଯାଉଥାନ୍ତି ବନେ ନୃପତି ସୁନ୍ଦର ।।

କିଛିଦୂରେ ଦେଖି ଏକ ବିଚିତ୍ର ମଣ୍ତପ
ତ‌ହିଁ ବିଶ୍ରମିଲେ ଦୁହେଁ ହରିବାକୁ ତାପ