Jump to content

ପୃଷ୍ଠା:Nala Damayanti Banabasa.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


( ୮ )

ପ୍ରବେଶିଲେ ରାଜମାତା, ବିପ୍ରଠାରୁ ଶୁଣି ସକଳ ବାର୍ତ୍ତା
କ‌ହିଲେ ହସି, ଧନ୍ୟ ଧନ୍ୟ ତୋର ଧାତା ।୨୦।
ବୋଇଲେ ଗୋ ଦମୟନ୍ତୀ ମୋ ଭଗ୍ନୀର ତୁହି ଅଟ ଦୁହିତୀ
ଝିଆରୀ ମୋର, ଚିହ୍ନା ନ ଦେଲୁ ତୁ ଏଥି ।୨୧।
କର‌ଯୋଡ଼ି ଶଶିହାସୀ, ବୋଇଲେ ମୋ ଦୋଷ କ୍ଷମ ମାଉସୀ
ଦିଅ ଆଦେଶ, ପିତାପୁରେ ଯିବି ହସି ।୨୨।
ଏହା ଶୁଣି ରାଜମାତା, ବସନ ଭୁଷଣ କରି ମଣ୍ତିତା
ଦମୟନ୍ତୀକୁ କ‌ହି ମିଠା କଥା । ୨୩।
ପଠାଇଲେ ପିତା ବାସେ, ଚଳିଗଲେ ଦମୟନ୍ତୀ ହରଷେ
ସାଧୁଜନେ ହେ, ରଥ ଚଢ଼ି ସ୍ନେହବସେ ।୨୪।
କନ୍ୟାକୁ ପାଇ ରାଜନ, ହୋଇଲେ ଅତି ଆନନ୍ଦିତ ମନ
ସାଧୁଜନେ ହେ, କରନ୍ତି ନଳ ସନ୍ଧାନ ।୨୫।
ଅନେକ ବିପ୍ର ପଠାଇ ଦେଶେ ବିଦେଶେ ନଳଙ୍କୁ ଖୋଜାଇ
ସାଧୁଜନେ ହେ, ଫେରିଲେ କାହିଁ ନ ପାଇ ।୨୬।
ପନ୍ନାଦି ନାମେ ବ୍ରାହ୍ମଣ, ବ‌ହୁ ଦେଶାନ୍ତରେ କରି ଭ୍ରମଣ
ଫେରି ଆସିଲା, ନ ପାଇ ନଳ ସନ୍ଧାନ ।୨୭।
ଦମୟନ୍ତୀଙ୍କୁ କ‌ହଇ ଅତି ବିପରୀତ ଦେଖିଲି ମୁହିଁ
ରାଜ‌ଜେମା ଗୋ, ଶୁଣ ଥରେ ତା କ‌ହଇ ।୨୮।
ଅଯୋଧ୍ୟା ଦେଶେ ରାଜନ, ନାମ ଗୋଟି ଅଟେ ତା ଋତୁପର୍ଣ୍ଣ
ରାଜ‌ଜେମା ଗୋ, ତା ଅଶ୍ୱପାଳକ ଜାଣ ।୨୯।
ଅଛଇ ଗୋଟିଏ ଲୋକ, ନାମ ଗୋଟି ତାର ଅଟେ ବାହୁକ
ରାଜ‌ଜେମା ଗୋ, ଦିଶୁଛି ଅତି ବିରୂପ ।୩୦।
ବେଳ ଅବେଳ ନ ଥାଇ, ପାକ କାର୍ଯ୍ୟମାନ କରନ୍ତି ସେହି
ବେଳେ ଭୋଜନ, କରୁଅଛି ମାତ୍ର ସେହି ।୩୧।
ରାତ୍ରକୁ ଭାଳଇ ମନେ, ବରଜିଲି ପ୍ରେୟସୀକୁ ମୁଁ ବନେ
ସତେ କି ଆଉ, ଦେଖିବି ପାପ ନୟନେ ।୩୨।
ଏହା ଶୁଣି ଦମୟନ୍ତୀ, ପତ୍ର ଖଣ୍ତିଏ ଲେଖିଲେ ଝଟତି
ସାଧୁଜନେ ହେ, ପନ୍ନାଦକୁ ଦେଲେ ତେଜି ଭ୍ରାନ୍ତି ।୩୩।
ମାୟାପତ୍ର ଘେନିଗଲା, ସେ ପନ୍ନାଦ ଚାତୁପର୍ଣ୍ଣକୁ ଦେଲା
ସାଧୁଜନେ ହେ, ପଡ଼ି ନୃପତି ଉତ୍ତର ଦେଲା ।୩୪।
ଆହେ ବିପ୍ର ଶୁଣ ଗୀର, କାଲି ମଧ୍ୟେ ହେଉଛି ସ୍ୱୟଂମ୍ବର
ଯିବି କେମନ୍ତେ, ଶୁଣି ବାହାକ ଦେଲା ଉତ୍ତର ।୩୫।
ନ ଭାଳନ୍ତୁ ନରସାଇଁ, କାଲି ରଥ ଦେବି ମୁଁ ପ‌ହଞ୍ଚାଇ
ନରନାଥ ହେ, ସଜ ହୁଅ ବେଗେ ଯିବା ପାଇଁ ।୩୬।
ଏମନ୍ତ ଶୁଣି ନରେଶ, ବାହୁକେ ପ୍ରଂଶସା କରି ଅଶେଷ
ସାଧୁଜନେ ହେ, ଯିବାପାଇଁ ସଜାଇଲେ ବେଶ ।୩୭।
ଭାଳଇ ବୀରକିଶୋର, ପ୍ରଭାତେ ଚଳିବେ ଅଯୋଧ୍ୟାଶ୍ୱର
କଲା ଦଇବ, ଭଲା ବିଧାନ ତାହାର ।୩୮।

ପଞ୍ଚମ ଛାନ୍ଦ
[କଳାକଳେବର କ‌ହ୍ନାଇ - ବୃତ୍ତେ]
ପ୍ରଭାତିଲା ରାତି ରାବିଲେ କାକ କୋକିଳ ଯ‌ହୁଁ ।
ନିଦ୍ରା ତେଜି ନିତ୍ୟକରମ ନଳ ସାରିଲେ ତ‌ହୁଁ ।।
ଅଶ୍ୱଶାଳେ ପଶି ଚାରୋଟି ଅଶ୍ୱ ଖୋଜି ଆଣିଲେ ।।
ବିଚିତ୍ର ରଥରୁ ଗୋଟିଏ ଚିତ୍ର କରି ମଣ୍ତିଲେ ।।
ବେଶ ହୋଇ ରଥେ ବସିଲେ ଅଯୋଧ୍ୟାର ନରେଶ ।
ଘଡ଼ିକେ ଅଶୀଏ ଯୋଜନ ପଥ କ୍ଷେପିଲେ ଅଶ୍ୱ ।।