ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପର୍ଣ୍ଣାଦ କହିବା ମତେ, ଲକ୍ଷଣମାନ ବିଚାରି ତୁରିତେ ଯେ
ଦମୟନ୍ତୀ ଆନନ୍ଦିତେ, ସୁଜନେ ହେ ।
ପିତାଙ୍କ ଆଦେଶ ନେଇ, ଅଶ୍ୱପାଳେ ଦେଖା କଲେ ସୁମୁହିଁ ଯେ
କର୍କୋଟକ ଦେବା ବାସ ନେଇ ସୁଜନେ ହେ ।
ପିନ୍ଧନ୍ତେ ସେ ଅଶ୍ୱପାଳ, କୃରୁପ ବରଜି ହେଲେ ସୁଢ଼ଳ ଯେ
ଦେଖି ଆନନ୍ଦ ଅଯୋଧ୍ୟାପାଳ, ସୁଜନେ ହେ ।
ନଗରେ ପଡ଼ିଲା ହୁରୀ, ଆସିଲୋଣି ନଳ ନୃପତି ଫେରି ଯେ
କଳି କଳମଷମାନ ହରି; ସୁଜନେ ହେ ।
ଶ୍ୱଶୁର ଭିମଙ୍କ ପାଦେ, ପ୍ରଣମିଲେ ନଳ ଅତି ଆନନ୍ଦେ ହେ
ସର୍ବେ ଭାଷିଲେ ପ୍ରେମ ଗଦ୍ ଗଦେ, ସୁଜନେ ହେ ।
ଋତୁପର୍ଣ୍ଣ ଗଲେ ବାସେ, ନଳ ଜଣାଇଣ ଶ୍ୱଶୁର ପାଶେ ହେ
ଫେରିଗଲେ ନିଜ ଦେଶେ, ସୁଜନେ ହେ ।
ପତ୍ନୀ ପୁତ୍ରକୁ ଘେନିଣ, ଶୁଭ ବେଳେ ପୁରେ କଲେ ପ୍ରୟାଣ ହେ
ପୁସ୍କର ଖେଳେ ଜିଣିଣ, ସୁଜନେ ହେ
ରାଜ୍ୟବାଡ଼ି ସବୁ ନେଲେ, ଅତି ସୁଖେ ରାଜ୍ୟ ପ୍ରଜା ପାଳିଲେ ଯେ
ବୀରବରକୁ କିଛି ନ ଦେଲେ, ଭଉଣୀ ଗୋ ।