ପୃଷ୍ଠା:Netrutya O Netrutwa.pdf/୧୦୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୨

ନେତୃତ୍ୱ ଓ ନେତୃତ୍ୱ

ଅଭିଜ୍ଞ ଲୋକର ପରାମର୍ଶ ପାଇବା ସବୁବେଳେ ତାଙ୍କ ହାତପାଉଣାରେ । ଇତିହାସ, ବିଜ୍ଞାନ, ସାହିତ୍ୟ, ଯାହା ଖୋଜନ୍ତୁ ସବୁ ବିଷୟରେ ଶସ୍ତାରେ ତାଙ୍କୁ ପରାମର୍ଶ ମିଳିପାରେ । ଆଉ ତେବେ କଣ ଦରକାର ତାଙ୍କର ? ଚିକିତ୍ସା-ବିଜ୍ଞାନ ? ସେଥିପାଇଁ ବଡ଼ ବଡ଼ ଚିକିତ୍ସା ବ୍ୟବସାୟୀ ବା କର୍ମଚାରୀଙ୍କର ତ ଅଭାବ ନାହିଁ । ଆଇନ କାନୁନ ? ବିଚାରାଳୟରେ ପ୍ରଧାନ ବିଚାରପତି, ଏଡ୍‌ଭୋକେଟ୍ ଜେନେରାଲ ବା ଲର୍ଡ଼ ଚାନ୍‌ସେଲର ସେଥିପାଇଁ ନିଯୁକ୍ତ ଅଛନ୍ତି । ଧର୍ମ, ଦର୍ଶନ, ଏପରିକି ରାଜନୀତି ସମ୍ବନ୍ଧେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ଅର୍ଜନ କରିବାର କି ଗରଜ ଅଛି ? ଆଉ କଣ ଧନ ? ଧନର ପୁଣି କି ଅଭାବ ?

ଧନିକମାନଙ୍କର ଧନରସୁରକ୍ଷା ଯେ ତାଙ୍କର ବଡ଼ କାମ !- ଖାଲି ଅଶିକ୍ଷତ ଚୋର ଡକାଏତଙ୍କ ଆକ୍ରମଣରୁ ନୁହେ, ଶିକ୍ଷିତ ଭଦ୍ରଲୋକଙ୍କ ଆକ୍ରମଣରୁ ମଧ୍ୟ । ଯଥାର୍ଥରେ ବଡ଼ ବଡ଼ ମିଲମାଲିକ ବ୍ୟବସାୟୀ ଓ ବ୍ୟାକରମାନଙ୍କର ଏଜେଣ୍ଟ୍‌ଗିରି କରନ୍ତି ଏହିମାନେ, ଏବଂ ପୃଥିବୀରେ ପ୍ରାୟ ସବୁ ସ୍ୱାଧୀନ ଦେଶ ହିଁ ପ୍ରଧାନତଃ ସେହି ଧନିକମାନଙ୍କ ଅଧୀନରେ ରହିଥିବାରୁ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଜଗିବା ପାଇଁ ପୁଣି ଆଉ ସବୁ ଦେଶରେ ତାଙ୍କର ଚିଜ ଗୁଡ଼ିର ଭଲ କାଟତି ପାଇଁ ଏହି ସରକାରୀ ଏଜେଣ୍ଟ୍ ଅନ୍ୟ ଦେଶ ଏଜେଣ୍ଟ୍‌ଙ୍କ ସଙ୍ଗେ ସଭା କରନ୍ତି, ଆଲୋଚନା କରନ୍ତି, ତର୍କ କରନ୍ତି, ଚୁକ୍ତିପତ୍ର ଲେଖି ତ‌ହିଁରେ ଦସ୍ତଖତ କରନ୍ତି, ଏବଂ ପର ମୁହୂର୍ତ୍ତରେ ଦରକାର ପଡ଼ିଲେ ଗୋଟାଏ ଚୁକ୍ତିକୁ ଚିରି ଅନ୍ୟ ଏକ ଦେଶ ସଙ୍ଗେ ଆଉ ଗୋଟିଏ ଚୁକ୍ତିରେ ନାଁ ଲେଖନ୍ତି । କିମ୍ବା କୌଣସି ଚୁକ୍ତି ଦ୍ୱାରା ସିଦ୍ଧାନ୍ତ ସମ୍ଭବ ନ ହେଲେ, ସବୁ ଚୁକ୍ତିକୁ ଦଳି ତା' ସଙ୍ଗେ ମଣିଷର ମସ୍ତିଷ୍କ ଓ ବିଚାର ବୁଦ୍ଧିକୁ ମଧ୍ୟ ଉତ୍ସର୍ଗ କରନ୍ତି, ଆଦିମ କାଳରୁ