୧୦୩
କହି ପୁଛି ଜାଣେ ଯେ
ପ୍ରଚଳିତ ଏକମାତ୍ର ଦେହ ଓ ଧନ ବଳ ଉପରେ । କାରଣ ସେଥିରେ ତାଙ୍କ ନିଜର କିଛି କ୍ଷତି ନାହିଁ । ଧନିକର ଧନ ହାନି ଓ ନିର୍ଦ୍ଧନର ପ୍ରାଣହାନି ହିଁ ସବୁ ଲଢ଼େଇର ଶେଷ ଫଳ ହୋଇଥାଏ । ଯେଉଁମାନେ ଧନ କମାନ୍ତି, ଆଉ ଯେ ଧନ ଜମାନ୍ତି ସେହିମାନେ ହିଁ ଯୁଦ୍ଧ ଭୂଇଁରେ ସୈନିକ ହୋଇ ମରନ୍ତି କିମ୍ବା ଯୁଦ୍ଧର ସବୁ ଖର୍ଚ୍ଚ ତୁଲାନ୍ତି । ଅଥଚ ଯୁଦ୍ଧ ହେବା ନ ହେବାର ବିଚିତ୍ର ବ୍ୟବସ୍ଥା ଏହି ସରକାରୀ ଏଜେଣ୍ଟମାନଙ୍କ ମର୍ଜି ଉପରେ ହିଁ ନିର୍ଭର କରେ ।
ଇଂଲଣ୍ତ, ଆମେରିକା, ଜାପାନ, ଜର୍ମାନୀ ଆଦି ନାମଜାଦା ବ୍ୟବସାୟୀ ଦେଶମାନଙ୍କର ସରକାର ଗୁଡ଼ିକ କହି ପୁଚ୍ଛି ଜାଣିଲା ଏଜେଣ୍ଟମାନଙ୍କଦ୍ୱାରା ହିଁ ଚଳୁଥିବାର ଦେଖାଯାଏ ଅବଶ୍ୟ ଜାପାନ, ଜର୍ମାନୀ, ଇଟାଲି, ତୁର୍କି ବା ଚାଏନା ସରକାରର ଚାଳକମାନେ ଖାଲି କହି-ପୁଛି-ଜାଣିଲା ଲୋକ ନୁହନ୍ତି । ଭଲ ରୂପେ ହାତଗୋଡ଼ ଚଳାଇବା ବିଷୟରେ ମଧ୍ୟ ସେମାନେ ଧୁରନ୍ଧର । ସେଥିପାଇଁ ତାଙ୍କ ଦ୍ୱାରା ପରର ହାତଗୋଡ଼ ଛିଡ଼ିବାର ଭୟ ଯେମିତି ଅଛି, ଆପଣାର ହାତଗୋଡ଼ ଭାଙ୍ଗିବାର ଆପଦ ମଧ୍ୟ ସେଥିରୁ କମ୍ ନୁହେଁ । ନିଜର ପୁଇଁ-ଚିଙ୍ଗୁଡ଼ି ବିକିବା ପାଇଁ ସେମାନେ ଖାଲି ମୁହଁ ନୁହେଁ, ଦେହକୁ ମଧ୍ୟ ବିସର୍ଜନ ଦେଇ ପାରନ୍ତି । ଅବଶ୍ୟ ସଦ୍ୟ ସାହସ ପାଇଁ ସେମାନେ ସାବାସର ଯୋଗ୍ୟ ହେଲେହେଁ, ପକ୍କା ବ୍ୟବସାୟୀ ହିସାବରେ ତାଙ୍କ ଥାନ ଇଂଲଣ୍ତ ଓ ଆମେରିକାର ଅନେକ ତଳେ । କାରଣ ଇଂଲଣ୍ତ ଆମେରିକା ପରି କହି ପୁଛି ଜାଣିବାର କାଏଦାକୁ ପୂରା ହାସଲ କରି ପାରିବାର ଯୋଗ୍ୟତା ସେମାନେ ଅର୍ଜି ନାହାନ୍ତି । କହୁ କହୁ ପଦ ପଦକେ ହାଣମାର ଓ ଲଢ଼େଇ କଥା ତାଙ୍କ ମୁହଁରୁ ବାହାରି ପଡେ, ଚିଙ୍ଗୁଡ଼ି ବିକିବା କଥା