୧୧୦
ନେତୃତ୍ୱ ଓ ନେତୃତ୍ୱ
ସମ୍ବନ୍ଧ ଏବଂ ଯେଉଁ ଦେଶର ଭାଗ୍ୟ ସଙ୍ଗେ ଆମ ବ୍ୟକ୍ତିଗତ ଭାଗ୍ୟର ମଧ୍ୟ ସିଧା ସଂଯୋଗ ବିଦ୍ୟମାନ, ସେହି ଭାରତବର୍ଷର ଅବସ୍ଥା ଟିକେ ବିଚାରିବା ଦରକାର ନୁହେ କି?
ଦୁଃଖ ସୁଖ ବା ରାଜନୀତି -
ମଣିଷର ଭାଗ୍ୟ ସ୍ଥିର କରିବା ପାଇଁ ଗ୍ରହ ଉପଗ୍ରହଙ୍କ ଗତି ବିଧି ବୁଝିବାକୁ ଯେମିତି ଦରକାର ପଡ଼େ, ନିଜର ଦୈନିକ ଦରକାରୀ ଶହେଟା ଜିନିଷର ଅଭାବଠାରୁ ଆରମ୍ଭ କରି ପୁତ୍ରଶୋକ ପର୍ଯ୍ୟନ୍ତ ଦୁଃଖ ଅଭିଯୋଗ ଗୁଡ଼ିକୁ ବୁଝିବା ଲାଗି ସେମିତି ନିଜ ଦେଶ ସଙ୍ଗେ ପୃଥିବୀର ଆଉ ସବୁ ଦେଶ ଗୁଡ଼ିର ସମ୍ବନ୍ଧ ଓ ସଂସ୍ଥିତି ବୁଝିବା ଆବଶ୍ୟକ- ଅନ୍ୟ କଥାରେ ଗୋଟାଏ ସାଙ୍ଘାତିକ ବିଷୟର ଆଲୋଚନା ଆସି ପହଞ୍ଚିଯାଏ- ରୀତିମତ ରାଜନୀତି । ଅବଶ୍ୟ ରାଜନୀତି ଚର୍ଚ୍ଚା କରିବାକୁ ଅର୍ଥାତ୍ ନିଜର ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ପୃଥିବୀର ନାନା ଦେଶରେ ମାତ୍ର ଅଳ୍ପ କେତେ ଜଣଙ୍କର ସୁବିଧା ଥିବାର ଦେଖାଯାଏ ଏବଂ ତାହାଦ୍ୱାରା ବିଷୟଟା ସାଙ୍ଘାତିକ ହେବାର ଆଶଙ୍କା ଥାଏ ନାହିଁ । କାରଣ ଉକ୍ତ ଅଳ୍ପ କେତେ ଜଣଙ୍କର ନିଜର ଦୁଃଖ ଦୁର୍ଦ୍ଦଶା ବୋଲି କିଛି ନାହିଁ । ଭାରତର ନେହ୍ରୁ, ପଟେଲ, ସାପ୍ରୁ, ଶାସ୍ତ୍ରୀ, ଜିନ୍ନା, ଜୟକାରଠାରୁ ଆରମ୍ଭ କରି ବିଲାତର ଚର୍ଚ୍ଚିଲ ଚେମ୍ବରଲେନ୍ କିମ୍ବା ଅନ୍ୟ ଦେଶର ହିଟ୍ଲାର, ରୁଜଭେଲଟ୍ ପ୍ରଭୃତି ଯେଉଁ ଅଳ୍ପ କେତେଜଣଙ୍କର ନାୟକତ୍ୱ ରାଜନୀତି କ୍ଷେତ୍ରରେ ଶୁଣାଯାଏ, ସେମାନଙ୍କର ଆପଣା ଦୁଃଖ ଅଭାବ ମଧ୍ୟ ଏତେ କମ୍ ଯେ ରାଜନୀତି ଚର୍ଚ୍ଚାକୁ ବିଳାସ-ଚର୍ଚ୍ଚା ରୂପେ ଗ୍ରହଣ କଲେ ବି ତାଙ୍କର କ୍ଷତି ନାହିଁ ଏବଂ କ୍ଷତି ହେଲେ ତାହାକୁ ପୂରଣ କରି ଦେବାକୁ ମଧ୍ୟ ଭାବନା ନାହିଁ । ଆପଣାର ଦୁଃଖ ଅଭାବ ନ ଥିବାରୁ ଏହି ଅଳ୍ପ