ପୃଷ୍ଠା:Netrutya O Netrutwa.pdf/୧୧୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୨

ନେତୃତ୍ୱ ଓ ନେତୃତ୍ୱ

ଅତୀତର ଯେ କେହି ରାଜା ବା ରାଜତ୍ୱକୁ ତୀବ୍ରତମ ସମାଲୋଚନା କରି ମଧ୍ୟ ଇଉନିଭରସିଟିର ସବୁଠାରୁ ଭୀରୁ ଛାତ୍ର ବେଶି ନମ୍ବର ରଖି ସରକାରୀ କଚେରୀ-ଘରେ ଗୋଟିଏ ଭଲ କଲମ ପେଲା [pen-pusher] କାମ ପାଇପାରେ, କିନ୍ତୁ ବର୍ତ୍ତମାନ ରାଜା ବା ତାଙ୍କ ରାଜତ୍ୱକୁ ସେମିତି ସମାଲୋଚନା କଲେ କଏଦୀ ଘରେ ଘଣା ପେଲାଠାରୁ ଅଧିକ ଭଲ କାମ କେତେ ଜଣଙ୍କୁ ମିଳିବ? ରାଜନୀତି ସଙ୍ଗେ ଧର୍ମନୀତି ବା ଅର୍ଥନୀତି ପ୍ରଭୃତିର ସମ୍ପର୍କ ଏମିତି ଘନିଷ୍ଠ ଯେ ଯେଉଁମାନେ ଟିକିଏ ଶାନ୍ତି ସ୍ୱାଚ୍ଛନ୍ଦ୍ୟ ଲୋଡ଼ନ୍ତି, ତାଙ୍କୁ ସବୁ ଅତୀତ ବା ଇତିହାସକୁ ହିଁ ପଳାଇବାକୁ ହୋଇଥାଏ । ବର୍ତ୍ତମାନର ପ୍ରଖର ତାପ ସେମାନଙ୍କର ଅସ‌ହ୍ୟ ହୁଏ ବୋଲି ଅନେକଙ୍କୁ ପୁରୂଣା ସାହିତ୍ୟ, ପୁରୁଣା ପଦ୍ଧତି ବା ପୁରୁଣା ଭାବଗୁଡ଼ିକୁ ନିର୍ବିଚାରରେ କୁଣ୍ଢାଇ ପଡ଼ିଥିବାର ଦେଖାଯାଏ ।

ଫ୍ରାନ୍‌ସର କୌଳୀନ୍ୟ -

ତ‌ଥାପି ବର୍ତ୍ତମାନର ସୁଖଦୁଃଖ ଓ ପ୍ରଖର ବାସ୍ତବର ଆଘାତକୁ ପୃଷ୍ଠ ପ୍ରଦର୍ଶନ ନ କରି ଥୋକେ ଲୋକ ନିର୍ଭୟରେ ତାହାର ସମ୍ମୁଖୀନ ହୁଅନ୍ତି । ଖୋଜି ବସିଲେ ଏ କଥାର ଛୋଟ ଛୋଟ ଉଦାହରଣ ପୁଳାଏ ମିଳି ପାରେ, କିନ୍ତୁ ଐତିହାସିକ ଉଦାହରଣ ସଂଖ୍ୟା ଅତି କମ୍ । ଯଥାର୍ଥ ଐତିହାସିକ ଘଟଣା ରୂପେ ଧରିବାକୁ ଗଲେ ପୃଥିବୀ ଇତିହାସରେ ସଙ୍ଘବଦ୍ଧ ଭାବରେ ବ‌ହୁ ଲୋକ ଆପଣାର ଦୁଃଖ ସୁଖ ବିଚାର କରିବାର ଘଟଣା ୧୫୦ ବର୍ଷରୁ ଖୁବ୍ ବେଶି ନୁହେ ଏବଂ ଫରାସି ଦେଶ ହିଁ ଏ କ୍ଷେତ୍ରରେ ପ‌ହିଲେ ମସାଲ ଜାଳିଥିଲା । ୧୭୮୯ ଖ୍ରୀଷ୍ଟାବ୍ଦରେ ସେ ଦେଶରେ ଯେଉଁ ବିପ୍ଲବ‌-ନିଆଁ ଜଳି ଉଠିଲା, ତାହାର ଉତ୍ତାପ ପୃଥିବୀଯାକରେ ହିଁ ବାଜିଛି ବୋଲି ମାନିବାକୁ ହେବ । ଦେଢ଼ଶ'