ପୃଷ୍ଠା:Netrutya O Netrutwa.pdf/୧୨୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୬

ନେତୃତ୍ୱ ଓ ନେତୃତ୍ୱ

ଫ୍ୟାସିଜିମ୍ ଓ ନାତ୍‌ସିଜିମ୍ ନାମକ ନୂଆ ପ୍ରକାର ଏକ-ତନ୍ତ୍ର (Dictatorship) ଶାସନ ଏବଂ ଗଣତନ୍ତ୍ରର ଚରମ‌ପ୍ରକାଶ ସାମ୍ୟବାଦ । ଇଉରୋପୀୟ ସଭ୍ୟତାର ଅତି ନିକଟରେ ରହି ତୁର୍କି ଦେଶ ମଧ୍ୟ ଏକତନ୍ତ୍ର ଶାସନ‌କୁ ମାନି ନେଇଅଛି । ଏହିସବୁ ବିଭିନ୍ନ ଦେଶର ଶାସନ ପଦ୍ଧତିରେ ନୀତିଗତ ଫରକ ଅନେକ ଥିଲେହେଁ ଏବଂ ମହାଯୁଦ୍ଧର ଧକ୍କା ବ‌ହୁ ପରିମାଣରେ ଏଥିପାଇଁ ଦାୟୀ ହୋଇଥିଲେହେଁ, ଆଉ ମଧ୍ୟ ଇଟାଲି ଦେଶର ଭାଗ୍ୟନିୟନ୍ତା ହୋଇସାରି ୧୯୨୨ ମସିହା ସେପ୍‌ଟେମ୍ବର ମାସରେ ମୁସୋଲିନି ପୁଣି ରାଜତନ୍ତ୍ରକୁ ଜାତୀୟ ଏକତାର ଚିହ୍ନରୂପେ ଘୋଷଣା କରିଥିଲେହେଁ, ଏ ସବୁ ଶାସନ ପଦ୍ଧତିର ବିରାଟ ପରିବର୍ତ୍ତନ ମୂଳରେ ଫରାସୀ ବିପ୍ଳବ ଓ ଫରାସୀ ସରକାରର ନୂଆ ରୂପ (republic) ଯେ ପ୍ରଭାବିତ କରିଥିଲା, ତାହା ସ‌ହଜେ ଅନୁମାନ କରାଯାଇପାରେ ।

ବର୍ତ୍ତମାନ ଇଉରୋପର ମାନ‌ଚିତ୍ରକୁ ଚାହିଁଲେ ଇଟାଲି ଓ ବ୍ରିଟେନ୍ ଦୁଇଟି ପ୍ରଧାନ ଶକ୍ତିକୁ ଛାଡ଼ି ବାକୀ ଚଉଦଟି ଛୋଟ ଛୋଟ ରାଜ୍ୟକୁ ରାଜତନ୍ତ୍ର ଶାସନ ତଳେ ଧରା ଯାଇ ପାରେ; ବାକୀ ଫ୍ରାନ୍‌ସ, ଜର୍ମାନୀ, ଋଷିଆ, ପୋଲାଣ୍ତ, ତୁର୍କି, ସ୍ପେନ ପ୍ରଭୃତି ବଡ଼ ବଡ଼ ରାଜ୍ୟକୁ ମିଶାଇ ଅଠର ଗୋଟି ଦେଶରେ ସାଧାରଣତନ୍ତ୍ର ଶାସନ ଚଳୁଅଛି । ଅଥଚ ମହାଯୁଦ୍ଧ ପୂର୍ବେ ଖାଲି ସୁଇଟ୍‌ସର୍‌ଲ୍ୟାଣ୍ତ, ପର୍ତ୍ତୁଗଲ୍‌ ଓ ଫ୍ରାନ୍‌ସ ଛଡ଼ା ଇଉରୋପରେ ସାଧାରଣତନ୍ତ୍ରର ଗନ୍ଧ ସୁଦ୍ଧା ନ ଥିଲା । ରାଜତନ୍ତ୍ର ଓ ସାଧାରଣତନ୍ତ୍ର ନାମ ଦେଇ ସବୁ ଦେଶଗୁଡ଼ିକୁ ମୋଟା ମୋଟି ଦୁଇଟି ଭାଗରେ ଅଲଗା କରି ଦେଲା ବେଳେ ମନେ ରଖିବାକୁ ହେବ ଯେ ସାଧାରଣତନ୍ତ୍ର ଭିତରେ ରୁଷିଆର ସାମ୍ୟବାଦ ଜର୍ମାନୀର ନାତ୍‌ସିବାଦ କିମ୍ବା ଫ୍ରାନ୍‌ସର ପାର୍ଲିମେଣ୍ଟ ପ୍ରଭାବ ପ୍ରଭୃତି ନାନା ବୈଚିତ୍ର୍ୟ ଯେମିତି ବିଦ୍ୟମାନ, ରାଜତନ୍ତ୍ର ଭିତରେ ମଧ୍ୟ