ପୃଷ୍ଠା:Netrutya O Netrutwa.pdf/୧୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନେତୃତ୍ୱ ଓ ନେତୃତ୍ୱ


ପରିଚୟ ମିଳି ନଥିଲେ କାହାର କିଛି ଚେଷ୍ଟା ପଣ୍ଡ ହେଲା ବୋଲି ବୋଧହୁଏ କ୍ଷୋଭ କରିବାକୁ ନ ଥିଲା । ଅନ୍ୟ କଥାରେ, ଇଂରେଜୀ ସରକାରଙ୍କ ନିପଟ ଅନୁଗ୍ରହ ଏଥିପାଇଁ ପନ୍ଦର ପଣରେ ଦାୟୀ ଏବଂ ସେତିକି ଅନୁଗ୍ରହ ଲାଗି ଯେଉଁମାନେ କାର୍ଯ୍ୟ, କଲ୍ପନା, ଖୁସି ଓ ଖୋସମତ କରୁଥିଲେ, ତାଙ୍କର ଅଗତ୍ୟା ଇଂରେଜୀ ସରକାରଙ୍କୁ ଛାଡ଼ି ଆଉ କହିବାକୁ ଏ ଦିଗରେ ଶ୍ରଦ୍ଧା ବା ସାବାସ କରିବାପାଇଁ କାରଣ ଅତି ସାମାନ୍ୟ ।

କଂଗ୍ରେସ କଥା କହିଲେ, ବିହାରରୁ କାଢ଼ି ଓଡିଶାକୁ ଅଲଗା କରି ଚିହ୍ନାଇବା ପାଇଁ ସେ ଯେତିକି କରିଛି, ସେତିକି କିମ୍ବା ସେତିକିରୁ ବେଶି ନ କରିଚି ମଧ୍ୟ । ବରଂ ଓଡ଼ିଶୀ ବିହାରରୁ ଭିନ୍ନ ହୋଇ ଅଲଗା ହାଣ୍ଡି କରିବାର ସୂଯୋଗ ପାଇବାକୁ ତାହାର ସ୍ୱାତନ୍ତ୍ର୍ୟ ବା ଉନ୍ନତିର ଗୋଟାଏ ନଗଣ୍ୟ ପରିଚୟ ରୂପେ ଧରାଗଲେ ମଧ୍ୟ କଂଗ୍ରେସ ଆଖିରେ ସେ ଆଜି ସୁଦ୍ଧା ବିହାର ସଙ୍ଗରେ ମିଶିକରି ରହିବାର ଆଯୋଗ୍ୟତାରୁ ତ୍ରାହି ପାଇ ନାହିଁ । କଣ୍ଟା କାଦୁଅ,ବେତ ବେଡ଼ି,ନିର୍ବାସନ ବା ନିର୍ବାଚନରେ ତାହାର କରାମତି ଅନେକଙ୍କଠାରୁ ଊଣା ନ ଥିଲେହେଁ କଂଗ୍ରେସ ନ‌ଜରରେ ୧୯୨୭ ମସିହାରେ ଓଡ଼ିଶା ଯାହା ଥିଲା, ୧୯୩୭ ମସିହାରେ ଓଡ଼ିଶା ସେଥିରୁ କିଛି ଆଗେଇଛି ବୋଲି ସାର୍ଟିଫିକେଟ ପାଇ ନାହିଁ । ଇଂରେଜୀ ସରକାର ଭାରତର ଆଉ ଦଶଟା ପ୍ରଦେଶ ପରି ଏହାକୁ ‌ବ‌ହୁ ଗୁଣରେ ଏକ ସ୍ୱତନ୍ତ୍ର ପ୍ରଦେଶର ପରିଚୟ ଦେଇଥିଲେହେଁ, ଆଉ ଦଶଟା ପ୍ରଦେଶ ପରି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେହେଁ, ଅଲଗା ଲାଟ ଓ ଅଲଗା ସେକ୍ରେଟାରିଏଟ୍ ଖଞ୍ଜି ଦେଇଥିଲେହେଁ, କଂଗ୍ରେସ ନ‌ଜରରେ ଏବେ ମଧ୍ୟ ତାର ନାବାଳକି ଦୋଷ କଟି ନାହିଁ । ବିହାରର କଂଗ୍ରେସ ନେତାଙ୍କ ଅଧୀନରେହିଁ କଂଗ୍ରେସ-