ପୃଷ୍ଠା:Netrutya O Netrutwa.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସିଂହଭୂମିରେ ଶୃଗାଳ


ଓଡ଼ିଶା ପରିଚାଳିତ; ଅନ୍ୟ କଥାରେ ଓଡ଼ିଶା ଖାଲି ଗାନ୍ଧିଟୋପି ପିନ୍ଧି ଶିଖିଛି, ତା ମୁଣ୍ଡଟି କିନ୍ତୁ ବିହାରରେ ।

ଓଡ଼ିଶାର ହାତ ଗୋଡ଼ ମୁଣ୍ଡ ପ୍ରଭୃତି ଠାଠା ଛିଣ୍ଡି ପଡ଼ିଥିବାର ଯେଉଁ ବିକୃତ ଚିତ୍ର ରହିଥିଲା, ତାହାର କେତେକ ଅଂଶ ସେ ଫେରି ପାଇଛି ସତ; କିନ୍ତୁ ଆଜି ତାହାର ମସ୍ତିଷ୍କ ସେହି ଅନୁପାତରେ ଗଜରି ନ ଥିବାର ଏହା ଗୋଟିଏ ପ୍ରକାଣ୍ଡ ପ୍ରମାଣ । ଅର୍ଥାତ୍ ଭାରତର ଆଉ ଦଶ ଜଣଙ୍କ ସଙ୍ଗେ ହାତ ଗୋଡ଼ ଓ ପେଟ ଥାଇ ଜଣେ ବୋଲି ଗଣତି ହୋଇଛି ମାତ୍ର-ତାହାର ପରିଚ‌ୟ ନିପଟ ଦୈହିକ ଛଡ଼ା ଆଉ କିଛି ନାହିଁ ।

କିନ୍ତୁ ଏହା ଦ୍ୱାରା ଗୋଟେ ଦିଗରେ ତାହାର ଭବିଷ୍ୟତ ସୁଚିର ବାଟ ଫିଟିଛି । ବିହାର ପାଖେ ରାଜନୀତି-କ୍ଷେତ୍ରର ଏକ ମାନସିକ ଶିଶୁ ହୋଇ ସେ ପ୍ରଦେଶ ସ‌ହିତ ଓଡ଼ିଶାର ସ୍ନେହ ସଦ୍ଭାବ, ଅନୁକ‌ମ୍ପା ଓ ଅଳିର ସମ୍ପର୍କ ବଢ଼ିଛି ଏବଂ ବିହାରରେ ହିଁ ତାହାର ମସ୍ତବଡ଼ ଜାତୀୟ ମଶାଣି ପଡ଼ି ରହିଛି ସିଂହଭୂମି । ପୁଣି ବିହାର ଓଡ଼ିଶା ଦୁଇଟି ଯାକ ପ୍ରଦେଶରେ ଶାସନ-ଚାଳକ ଆଜି ଭାରତ ଜାତୀୟ କଂଗ୍ରେସ ଏବଂ ଦୁଇଟି ପ୍ରଦେଶରେ କର୍ମ ଯୋଜନା ପାଇ ଜଣେ ସାଧାରଣ ମାଲିକ (Zonal Leader) ହୋଇଛନ୍ତି ବିହାରର ।

ତେଣୁ ଦୁଇ ପ୍ରଦେଶରେ କଂଗ୍ରେସର ଏହି ଶାସନ କାଳମଧ୍ୟରେ ସିଂହଭୂମି ସମସ୍ୟାର ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ଆଶା କରିବା ସ‌ର୍ବଥା ଯୁକ୍ତିଯୁକ୍ତ । ବିହାର ଓଡ଼ିଶା ଉଭ‌ୟ ପ୍ରଦେଶରେ ବ‌ହୁ ସତ୍ୟାଗ୍ରହୀ ଥିବାର ଏଥିପୂର୍ବେ ଢ଼େର ଚାକ୍ଷୁଷ ପ୍ରମାଣ ମିଳି ସାରିଛି । ସତ୍ୟପ୍ରତି ଆଗ୍ରହ ଦେଖାଇ ଉଭୟ ପ୍ରଦେଶର ଲୋକେ ହିଁ ନିଜର ପ୍ରାଦେଶିକତା