ପୃଷ୍ଠା:Netrutya O Netrutwa.pdf/୧୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାରୀ ଏବଂ ସୃଷ୍ଟି ସ୍ଥିତି


ଏ ପ୍ରବନ୍ଧ ଆରମ୍ଭ କରିବା ବେଳେ ଲେଖକର ପୂରାପୂରି ଚୈତନ୍ୟ ଅଛି ଯେ, ସେ ନାରୀ ନୁହେଁ, ପୁରୁଷ ! ନାରୀ ବିଷୟରେ ଭାବିବା ବେଳେ କିମ୍ବା କ‌ହିବା ବେଳେ ଆଜି ଅନେକ ପୁରୁଷଙ୍କର ଏହିପରି ଲିଙ୍ଗ-ଚେତନା ଜନ୍ମିଥାଏ । କାରଣ ପୁରୁଷର ଦୃଷ୍ଟି ଆକର୍ଷଣ ପାଇଁ ନାରୀ କେବଳ ଚାବିକାଠି କାନିରେ ନ ବାନ୍ଧି ରୀତିମତ ଚାବୁକ ସାହାଯ୍ୟରେ ତାହାର ଚୈତନ୍ୟ-ଉଦୟ କରି ଦେଉଅଛି । ଅବଶ୍ୟ ଚାବୁକଟାହିଁ ନାରୀର ଏକ ମାତ୍ର ଅସ୍ତ୍ର ହୋଇ ନାହିଁ। ନିଜ ବିଷୟରେ ଚିନ୍ତା କରିବାକୁ ସେ ଆଜି ବେଶି ସମର୍ଥ ହୋଇ ପଡ଼ିଚି ଯେ, ଗୋଟାଏ ଦେଶର ଲୋକ ଅନ୍ୟ ଦେଶର ଭଲ ମନ୍ଦ ପାଇଁ ବ୍ୟବସ୍ଥା ଦେବା ଯେମିତି ହାସ୍ୟକର,ନାରୀ ବିଷୟରେ ପୁରୁଷର ମଧ୍ୟ ସେହିପରି କିଛି କ‌ହିବା ଅନ‌ଧିକାର ବୋଲି ବୋଧହୁଏ ।

କାରଣ ଆଜିକାଲି 'ଅଧିକାର'ର ଯୁଗରେ ପୃଥିବୀର ପ୍ରତ୍ୟେକ ଗୋଷ୍ଠୀ ପ୍ରତ୍ୟେକ ସମ୍ପ୍ରଦାୟ ଓ ବ୍ୟକ୍ତି ନିଜ ନିଜର ସ‌ହଜ ସତ୍ତା ଅନୁଭବ କରିବାକୁ ବ୍ୟଗ୍ର। ସେଥିପାଇଁ ନାରୀ ଆଜି ପୁରୁଷର


*Suffragette ଦଳର ନାରୀମାନେ ଏହିପରି ହିଂସାମୂଳକ ଉପାୟରେ ନାରୀ-ଦ୍ରୋହୀ ପୁରୁଷମାନଙ୍କ ମତ ବଦଳାଇ ଥାନ୍ତି ।