ପୃଷ୍ଠା:Netrutya O Netrutwa.pdf/୧୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୫

ଇତିହାସ ତିଆରି

ମୋହର ଦୃଢ ବିଶ୍ୱାସ, ଏଥିଲାଗି ମୋ ଯୋଗ୍ୟତା ସମ୍ବନ୍ଧେ ପ୍ରଶ୍ନ ଉଠିବ ନାହିଁ । କୌଣସି ରାଜନୈତିକ କର୍ମପନ୍ଥା ନ ଧରି ମଧ୍ୟ ବ୍ୟବସ୍ଥା ସଭାକୁ ଗଲେ ଏ ପ୍ରଦେଶର କେହି ରାଜାମହାରାଜାଠାରୁ ମୋହର ଖ୍ୟାତିର ପ୍ରତିପତ୍ତି ଊଣା ହେବ କି ।'

'ଏ ଯୁଗର ରାଜନୀତିରେ ସେମିତି ଜଣକିଆ ପ୍ରତିପତ୍ତିର ସ୍ଥାନ ନାହିଁ । ଗୋଟେ ସିଧା ସୁତୁରା କର୍ମପନ୍ଥା ନ ଥିଲେ ପୁଣି ଦୋରସ୍ତ ହଟି ଯିବାକୁ ପଡିବ । ଏ ଯୁଗର ରାଜନୀତି ଠିକ୍ ଆଧୁନିକ ଫୁଟବଲ ଖେଳ ପରି । ଏଗାର ଜଣଙ୍କ ମେଣ୍ଟ ଭିତରୁ ଜଣେ ଅଧେ ଆପଣା ବାହାଦୁରୀ ବେଶି ଦେଖାଇବା ଯେମିତି ସମୁହ ପକ୍ଷରେ କ୍ଷତି, ଆଜିର ରାଜନୀତି ଖେତରେ ଖାଲି ଜଣେ ଦି'ଜଣ କ୍ଷମତା ଓ ପ୍ରତିପତ୍ତିବାନ୍ ଲୋକଙ୍କୁ ଘେନି କାମ ହାସଲ ହେବ ନାହିଁ; ସେମିତି ଜଣକ ବଦଳରେ ବେଶି ସାଧାରଣ ବୁଦ୍ଧି ଓ ସାଧାରଣ ଶକ୍ତି ଥିବା ଲୋକର ବରଂ ଦରକାର । ପୃଥିବୀ ଭିତରେ ଯେଉଁ ଦେଶରେ ଏ ଆଦର୍ଶ ଦେଖାଯାଉଛି, ଭାରତବର୍ଷ ଆଜି ସେହି ଦେଶର ଅଧୀନରେ । ଆଉ କାହାରି ଅଧୀନରେ ବୋଧହୁଏ ଏତେକାଳ ଏ ଦେଶ ରହନ୍ତା ନାହିଁ । ପରାଧୀନ ରହିବାକୁ ଭାରତର ଯେତେ ଯୋଗ୍ୟତା, ତାକୁ ଅଧୀନରେ ରଖିବାର ଯୋଗ୍ୟତା ଇଂଲଣ୍ଡର ସେତିକି ବୋଲି ବୁଝିବାକୁ ହେବ ଏବଂ ଇଂଲଣ୍ଡର ସେ ଯୋଗ୍ୟତା ଓ ସାମର୍ଥ୍ୟପାଇଁ ଏହି ସାଧାରଣ ବୁଦ୍ଧି ହିଁ ବେଶି ପରିମାଣରେ ଦାୟୀ ବୋଲି ମୋର ମନେ ହୁଏ । ସେ ଦେଶରେ ଜଣେ ହିଟଲାର, ମୁସୋଲିନି, ଟୋଜୋ କିମ୍ବା କେମଲପାଶାଙ୍କର ସମ୍ଭବ ହୋଇନାହିଁ । ଚେମ୍ବରଲେନ୍, ଚର୍ଚ୍ଚିଲ୍, ବଲ୍‌ଡ୍‌ଉଇନ୍, ମ୍ୟାକ୍‌ଡୋନାଲ୍‌ଡ୍ ,ଲଏଡ୍ ଜର୍ଜ, ହୋର ବା ଏଡେନ୍‌ଙ୍କ ଭିତରୁ କିଏ ଆଗ, କିଏ ପଛ ବା କିଏ ସାନ, କିଏ ବଡ଼