ପୃଷ୍ଠା:Netrutya O Netrutwa.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୬

ନେତୃତ୍ୱ ଓ ନେତୃତ୍ୱ

ବାଛିବା ସେଠାରେ ସ‌ହଜ ନୁହେଁ । ସେହି ସାଧାରଣ ବୁଦ୍ଧି ଓ ସାଧାରଣ ଶକ୍ତି ଆଜି ଭାରତୀୟ ରାଜନୀତିରେ ମଧ୍ୟ ଲୋଡ଼ା, ତୁମର ନୁହେଁ ।

'କିନ୍ତୁ ଗୋଟେ ଧରାବନ୍ଧା କର୍ମ‌ପନ୍ଥା ଘେନି ସାଧାରଣ ବୁଦ୍ଧିକ୍ଷେତ୍ରରେ ମୋହର ଥାନ ତ କମ୍ ନୁହେଁ ? ସଫା କଥାରେ ଗୋଡ଼ଠାରୁ ମୁଣ୍ଡଯାଏ ମୁଁ ବି ତ ଗୋଟା କଂଗ୍ରେସ ସଭ୍ୟ ହୋଇପାରେଁ, ଅବଶ୍ୟ ଖାଲି ଫେଡ଼େରେଶନ୍ କଥାଟି ବାଦ ଦେଇ ? କାରଣ କେତୋଟି ଦେଶୀୟ ରାଜ୍ୟକୁ ଛାଡ଼ିଦେଲେ ବାକି ମୋହର ଯଦି କାହାରି ସଙ୍ଗେ ସମ୍ପର୍କ ଥାଏ, ତେବେ ସେ ଖାଲି କଂଗ୍ରେସ ପ୍ରଦେଶରେ ନୁହେ କି ? ନା, ନା, ଏ କ୍ଷଣି ଆଉ ବିପ୍ଳବରେ ମୋର ବିଶ୍ୱାସ ନାହିଁ । କଂଗ୍ରେସ ସଭ୍ୟହୋଇ ବ୍ୟବସ୍ଥା ସଭାରେ ପଶିବା ଦରକାର । ତାହାହେଲେ ତ ମୋର ମନ୍ତ୍ରୀ ପର୍ଯ୍ୟନ୍ତ ହେବାପାଇଁ ସମ୍ଭାବନା ଅଛି । ନାରୀ ହେଲେ ମଧ୍ୟ ମୋ ପକ୍ଷରେ ମନ୍ତ୍ରୀ ହେବାକୁ ତ ବାଧା ନାହିଁ ?'

'ନାହିଁ, କିନ୍ତୁ ଏ ପ୍ରଦେଶରୁ ତୁମେ କେତେ ସଂଖ୍ୟାରେ ଭୋଟ ପାଇବ,ତାହାର ହିସାବ କରିଚ କି?'

'ଭୋଟ ? ଏହି ପାଜି ଚୂହାଡ଼ ମୂର୍ଖ ଲୋକେ ମୋତେ ଭୋଟ ଦେବେ? ଦରକାର ନାହିଁ । ମୋହର ଯେଉଁ ଶକ୍ତି, ଯେଉଁ କ୍ଷମତା, ଯେଉଁ କର୍ମ, ସେଥିରେ ତୁମ ପ୍ରଦେଶର ଯେ କେହି ବଡ଼ ପାହ୍ୟାର ସରକାରୀ କର୍ମଚାରୀଠାରୁ ମୁଁ କମ୍ କି ? ମନ୍ତ୍ରଣାଦାତ୍ରୀ ରୂପେ ନାରୀର କାମ କରିବାକୁ ମୋହର ଯେଉଁ ଯୋଗ୍ୟତା, ଶାସକ ରୂପେ ପୁରୁଷର କାମ କରିବାକୁ ମଧ୍ୟ ତାହା ନାହିଁ କି ? ତ‌ଥାପି ମୋହର