ପୃଷ୍ଠା:Netrutya O Netrutwa.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨
ନେତୃତ୍ୱ ଓ ନେତୃତ୍ୱ


ବ୍ୟକ୍ତିତ୍ୱ ତଳେ ନିଜ ସତ୍ତାକୁ ହଜାଇ ଦେବାକୁ ଘୃଣା କରେ । ପୁରୁଷ ମଧ୍ୟ ତାହାର ଚାରିପାଖର ଅବସ୍ଥା ଦେଖି ସତ୍ୟଯୁଗରୁ ଆରମ୍ଭ କରି ନାରୀର ଯେଉଁ ସତୀତ୍ୱକୁ ଆଜିଯାଏ ଜଗା ରଖା କରି ଆସିଥିଲା, ତାହା ବଦଳରେ ତାହାର ସତ୍ତାକୁ ହିଁ ବଡ଼ ସ୍ଥାନ ଦେବାକୁ ବାଧ୍ୟ ହୋଇଅଛି । ନାରୀ ଏବଂ ପୁରୁଷର ଯଥାର୍ଥ ସ୍ଥାନ କେଉଁଠାରେ,ରାଷ୍ଟ୍ର ଏବଂ ସମାଜର ସବୁ କ୍ଷେତ୍ରରେ ଏ ଦୁହିଁଙ୍କର ସ‌ହଜ ଦାବୀ କେତେଦୂର, ଦେଣା ପାଉଣା କଣ, ଇତ୍ୟାଦି ବିଷୟ ଠିକ ବୁଝିବା ପାଇଁ ପୁରୁଷ ପରି ନାରୀ ମଧ୍ୟ ନିଜକୁ ଯୋଗ୍ୟ ବୋଲି ବିବେଚନା କରୁଚି । ତେଣୁ, ନାରୀ ବିଷୟରେ କ‌ହିବାକୁ ଗଲେ ପୁରୁଷ ଯାହା କିଛି ନିଜ ପକ୍ଷରୁ ହିଁ କ‌ହିପାରେ । ସେ କେବଳ ଗୋଟାଏ ଦିଗର ବିଚାର ଓ ବିବେଚନା ବୋଲି ଗୃହୀତ ହେଲେ ମଧ୍ୟ ସେଥିରେ ଲଜ୍ଜା କଲେ ତାହାକୁ ମୁଖ ବନ୍ଦକରି ରହିବାକୁ ହେବ । କାରଣ ନାରୀ ସ‌ହିତ ପୁରୁଷର ଯେଉଁ ସମ୍ପର୍କ, ସେଥିରେ ଆଉ କିଛି ପ୍ରତିବନ୍ଧକ ନ ଥାଉ ପଛେ ଲଜ୍ଜା ଟିକିଏ ଅଛି ।

ସବା ଆଗ ଏହି ସମ୍ପର୍କଟା କେମିତି ଥିଲା,ଜଙ୍ଗଲି ଜାତିମାନଙ୍କୁ ଚାହିଁ ତାହାର ଗୋଟାଏ ପରିଷ୍କାର ଧାରଣା ଆମେ କରିପାରୁ । ପିଲାଠାରୁ ଯୁବା ଅବସ୍ଥା ପର୍ଯ୍ୟନ୍ତ ସିଧା ସଳଖ ଗତିବିଧି-କାହାରି ଉପସ୍ଥିତିରେ କେହି ସଚେତନ ନୁହେ-ଯୁବତୀକୁ ଦେଖିଲେ ଦୁଇଗୁଣ ଉତ୍ସାହରେ ଯୁବକର ବକ୍ତୃତା ଆରମ୍ଭ ହୁଏ ନାହିଁ, କିମ୍ବା ସେହି ଚପଳ ପ୍ରଳାପକୁ ଶୁଣିବା ପାଇଁ ଯୁବତୀ କାନ ଡ଼େରି ବସେନାହିଁ । ରାତି ପାହିଲେ ଉଭୟେ ନିଜ ନିଜ କାମରେ ବ୍ୟସ୍ତ-ନାରୀ ପୁରୁଷର ମନ ନେବାପାଇଁ ସବୁ କାମଛାଡ଼ି ଖାଲି ପ୍ରସାଧନରେ ସମୟ କାଟେ ନାହିଁ, କିମ୍ବା ପ୍ରେମ ପାଗଳ ପୁରୁଷ ହଠାତ୍ କବିତା ଲେଖିବାକୁ ବସି ୟୁନିଭର୍ସିଟି ପରୀକ୍ଷାରେ ଫେଲ ହୁଏ ନାହିଁ । କାମ