ପୃଷ୍ଠା:Netrutya O Netrutwa.pdf/୧୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩
ନାରୀ ଏବଂ ସୃଷ୍ଟିସ୍ଥିତି


ସରିଲେ ହସ କୌତୁକରେ ଫେରନ୍ତି,ଭୋକ ହେଲେ ମନବୋଧ କରି ଖାଆନ୍ତି;ଗୀତ ଗାଇବାକୁ ମନ ହେଲେ ବିଲ ପାହାଡ଼ କାବ୍ୟମୟ କରି ଦିଅନ୍ତି, ନାଚନ୍ତି,ଖେଳନ୍ତି; ରାତି ହେଲେ ନିଘୋଡ଼ ନିଦରେ ଶୋଇଯାନ୍ତି । ସବୁଠାରୁ ବଡ଼ କଥା,ଘରକରଣା ମଜବୁତିଆ କାମିକା ଝିଅଙ୍କୁ ବେଶି ଆଦର କରନ୍ତି, ସତୀତ୍ୱ ବୋଲି କୌଣସି ଶବ୍ଦର ଅର୍ଥ ବୁଝନ୍ତି ନାହିଁ । ସେଥିପାଇଁ ପାଞ୍ଚ ବର୍ଷ ଦିନୁ ଝିଅ ଗୁଡ଼ାଙ୍କୁ ମୁଣ୍ଡରେ ଓଡ଼ଣା ଟାଣି ପୁଅଗୁଡ଼ାଙ୍କ ମୁଣ୍ଡକୁ ବିକୃତ କରନ୍ତି ନାହିଁ । ସତୀତ୍ୱ ଜିନିଷ‌ଟାକୁ ଚିରକାଳ ଯତ୍ନରେ ଲୁଚାଇ ରଖି ଶେଷରେ ଅଗ୍ନି କୁଣ୍ଡରେ ବିସର୍ଜନ ଦିଅନ୍ତି ନାହିଁ ।

କ୍ରମେ ଏହି ଅବସ୍ଥା ବଦଳିବାକୁ ଆରମ୍ଭ କଲା । ଦେହର ଯେଉଁ ସବୁ ଅଂଶ ଆବୃତ ହେଲେ ଜଣକର ଅନ୍ୟ ଉପରେ ବେଶି ନ‌ଜର ପଡ଼ିବ ଏବଂ ଯେଉଁ ଅଂଶ ଗୁଡ଼ିକରେ ସ୍ତ୍ରୀ ପୁରୁଷଙ୍କ ଶରୀର ବିଜ୍ଞାନର ସାମଞ୍ଜସ୍ୟ ନାହିଁ, ସେହି ଅଂଶତକ ବାହାର ଆଲୁଅରୁ ଲୁଚି ରହିଲା-ଶେଷରେ ସମସ୍ତ ଦେହ ଏବଂ ହାତ,ଗୋଡ଼,ନାକ,କାନ ଓ ଆଖି ! ମୁସଲମାନ ମହିଳାମାନେ ରେଲରେ ଯିବାବେଳେ କାହାରି ଏ ଦୃଶ୍ୟ ଦେଖିଥିବାର ମନେଥିବ । କୃତ୍ରିମତାର ଚୂଡ଼ାନ୍ତ ଯାଇ ଏବେ ପୁଣି ମଣିଷ ମନ ସେହି ପ୍ରାକୃତିକ ଅବସ୍ଥାକୁ ଫେରିଚି । ବୁଢ଼ାମାନେ ଯେମିତି ନିଜର ପିଲାଦିନର କଥାକୁ ବେଶି ସ୍ନେହ ଦୃଷ୍ଟିରେ ଦେଖନ୍ତି ଏବଂ ତାହାପ୍ରତି ଅଧିକ ପକ୍ଷ‌ପାତ କରିଥାନ୍ତି, ଜର୍ମାନୀ ନ୍ୟୁଡିଷ୍ଟ ଦଳକୁ* ସେହିରୂପେ ଭାବ-ପ୍ରବ-


*ଗତ ୧୯୧୪-୧୮ ମହାଯୁଦ୍ଧ ପରେ ଜର୍ମାନୀରେ ଏହି ଦଳର ସୃଷ୍ଟି ହୋଇ ବର୍ତ୍ତମାନ ନାନା ଦେଶରେ ବ୍ୟାପ୍ତ ହୋଇ ପଡ଼ିଚି । ଏହାର ନିୟମ ଅନୁସାରେ ଉଭୟ ନାରୀ ପୁରୁଷ ସମ୍ପୂର୍ଣ ଉଲଗ୍ନ ହୋଇ ପରସ୍ପର ସଙ୍ଗେ