ପୃଷ୍ଠା:Netrutya O Netrutwa.pdf/୨୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬
ନେତୃତ୍ୱ ଓ ନେତୃତ୍ୱ

ସମ୍ବନ୍ଧଟା କ୍ରମେ ଜଟିଳ ହେବାକୁ ଲାଗିଲା। ଦେହରେ କେତେକ ବିଶେଷ ପ୍ରକ୍ରିୟା ଓ ବିଶେଷ ଗଠନ ହେତୁରୁ ନାରୀ ପୁରୁଷ ଅପେକ୍ଷା ସ୍ୱଭାବତଃ ଦୁର୍ବଳ ହେଲେହେ ତାହାକୁ ସାଧ୍ୱୀ ପତିବ୍ରତା କରିବା ଉଦ୍ଦେଶ୍ୟରେ ନାନା ବେଷ୍ଟନୀ ଭିତରେ ରଖି ଅଧିକ ଦୁର୍ବଳ କରି ଦିଆଗଲା । ହିନ୍ଦୁ ମୁସଲମାନଙ୍କ ପରି ବୌଦ୍ଧ ଓ ଖ୍ରୀଷ୍ଟିୟାନମାନେ ମଧ୍ୟ ଅଳ୍ପ ବେଶୀ ଏହି ଜବରଦସ୍ତି ନୈତିକତା ପ୍ରୟୋଗ କରିବାରୁ କ୍ଷାନ୍ତ ହୋଇ ନାହାନ୍ତି ।

 ଏହି କୃତ୍ରିମ ବନ୍ଧନୀ ଭିତରେ ଲୁଚି ରହି ନାରୀ କ୍ରମେ ଗୋଟାଏ ଅଦ୍ଭୁତ ରହସ୍ୟମୟ ବସ୍ତୁ ହୋଇ ପଡ଼ିଚି । ସେଥିପାଇଁ ପୁରୁଷ ତାକୁ କେତେବେଳେ ଦେବୀ ରୂପରେ ବନ୍ଦନା କରିଚି, କେତେବେଳେ ବାଘ ସାପ ପରି ଭୟ କରିଚି, କିନ୍ତୁ ତାହାର ପ୍ରକୃତି ସ୍ୱରୂପଟି ଦେଖିବାକୁ ସମର୍ଥ ହୋଇ ପାରି ନାହିଁ । କାରଣ ଦୁହିଁଙ୍କ ଭିତରେ 'କେଦାର ଗୌରୀ'ର ଯେଉଁ ଅଭେଦ୍ୟ ପ୍ରାଚୀର ଦଣ୍ଡାୟମାନ ହେଲା,ସେଥିରେ କବିତା ଲେଖି ତୃପ୍ତି ଲାଭ କରିବା କିମ୍ବା ବୈରାଗ୍ୟ ଗ୍ରହଣ କରି ହିମାଳୟ ପ୍ରସ୍ଥାନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ । ସେଥି ପାଇଁ ପୃଥିବୀର ସକଳ ଭାଷାରେ କୁଢ଼ କୁଢ଼ ପ୍ରେମ କବିତା ରଚିତ ହୋଇ ନାରୀର ରୂପ ସ୍ତୁତି କରାଯାଇଅଛି, ଏବଂ ଦୁହିଙ୍କ ସମ୍ୱନ୍ଧର ଦୂରତାକୁ ଅଧିକ ଉତ୍ସାହ ଦିଆ ହୋଇଛି । ଯଥାର୍ଥରେ ଆଜି ଦେଖିବାକୁ ଗଲେ ଦାନ୍ତେଙ୍କର ଭିଜନ୍ କିମ୍ବା କାଳିଦାସଙ୍କର ମେଘଦୂତରେ ବିଏଟ୍ରିସ ଏବଂ ଯକ୍ଷ‌ପତ୍ନୀ କେବଳ କଳ୍ପନାର ଗୋଟିଏ ଗୋଟିଏ ଖୋଳପିନ୍ଧି ଦୁଷ୍ପ୍ରାପ୍ୟ ହୋଇ ପଡ଼ିଚନ୍ତି, ପୁଣି ରୋମାଣ୍ଟିକ ଜୀବନର ଦାରୁଣ ବ୍ୟର୍ଥତାକୁ ଅଧିକ ପରିଷ୍ଫୁଟ କରିଦେଇଚନ୍ତି ।*୧


୧- ଆଜି କିନ୍ତୁ ରୁଷିଆର ସୋହ୍ୟେଟ୍ ଶାସନତନ୍ତ୍ରରେ ଜୀବନର ଅନ୍ୟାନ୍ୟ ବିଭାଗ ପରି ନାରୀ ପୁରୁଷର ସମ୍ବନ୍ଧକୁ ସତ୍ୟ ଓ ସ‌ହଜ କରିବାର