ପୃଷ୍ଠା:Netrutya O Netrutwa.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭
ନାରୀ ଏବଂ ସୃଷ୍ଟି ସ୍ଥିତି

ଏହିପରି କଳ୍ପନାର ଗୋଟିଏ ଅଶରୀରୀ ଆଲୋକ ଭିତରେ ପୁରୁଷ ଓ ନାରୀ ଜଣେ ଅନ୍ୟ ଜଣକୁ ନିରୀକ୍ଷଣ କରିଚି । ଯେତେବେଳେ ଟିକିଏ ବେଶି ନିକଟବର୍ତ୍ତୀ ହୋଇ ପଡ଼ିଚି, ସେତେବେଳେ ସ୍ତ୍ରୀଠାରୁ ଦୂରତ୍ୱର ସମ୍ବନ୍ଧଟିକ ତୁଟି ଯାଇ ସେ ହୋଇଚି ଏକ 'ରାତ୍‌କା ବାଘନୀ', ପୁଣି ସ୍ତ୍ରୀକୁ ଛାଡ଼ି ପୁରୁଷର ଖାଲି ନିଜ ପେଟ‌ଟି ଭର୍ତ୍ତି କରିବାର ସୁବିଧା ଥିବାରୁ ସେ ପାଲଟିଚନ୍ତି ଭର୍ତ୍ତୃହରି । *୨ ଏହି ଦୁରତ୍ୱ ସ୍ଥାପନରେ ଆମର କାଳ୍ପନିକ ଜୀବନର ଉନ୍ନତି ଓ ବୃଦ୍ଧି ଏତେ ବେଶି ସାଧିତ ହୋଇ ପଡ଼ିଚି ଯେ, ଶେଷରେ ତାହା ବାସ୍ତବ ଜୀବନର ବ୍ୟର୍ଥତାରେ ପରିଣତ ହୋଇଚି । ଏ ବ୍ୟର୍ଥତା ପାଇଁ ଆମ୍ଭମାନଙ୍କର ଧର୍ମ ଓ ନୀତିର ଭୟ ଅନେକ ପରିମାଣରେ ଦାୟୀ । ସଂଯମ ଓ ଅବରୋଧ ଭିତରେ ନାରୀ ପୁରୁଷର ସମ୍ବନ୍ଧକୁ ଯେତେ କସି କସି ଆମେ ବାନ୍ଧିବାକୁ ଯାଇଚୁଁ, ତାର ଫଳ କେବଳ ବିଫଳତାରେ ହିଁ ଆମକୁ ଉପ‌ହାସ କରିଚି । ଭାରତବର୍ଷରେ ଯେତେବେଳେ ସଂଯମର ଚର୍ଚ୍ଚା ବେଶି ହୋଇ ପଡ଼ିଛି,ସେତେବେଳେ ନିରୁପାୟ ହୋଇ ବେଶ୍ୟାର ଆଶ୍ରୟ ନେବାକୁ ହୋଇଚି ।

ଭାରତୀୟ ସଂଯମ ଯେପରି ହିମାଳ‌ୟର ଅଭିମୁଖୀ, ଭାରତୀୟ ପ୍ରେମ ସେହିପରି ବେଶ୍ୟାଳୟର ଅଭିସାରୀ ହୋଇଚି । କିନ୍ତୁ ସଂଯମର ଉର୍ବରତା କେବଳ ଉର୍ବଶୀ ମେନ‌କାଙ୍କ ସାହଚର୍ଯ୍ୟରେ



ଚେଷ୍ଟା ଲାଗିଛି । ତାହାର ଗୋଟାଏ ପ୍ରମାଣ ହେଉଚି-ରୋମାଣ୍ଟିକ୍ ପ୍ରେମକବିତା ପଢ଼ିବାକୁ କିମ୍ବା ଲେଖିବାକୁ ନିଷେଧ ଜାରି । ୨* ଅତ୍ୟଧିକ ନାରୀ-ପ୍ରୀତିର ବଶବର୍ତ୍ତୀ ହେବା ଦୋଷରୁ ତୁଳସୀଦାସ ଓ ଭର୍ତ୍ତୃହରି ଘୋରତର ନାରୀ ନିନ୍ଦୁକ ହୋଇ ପଡ଼ିଛନ୍ତି ।