ପୃଷ୍ଠା:Netrutya O Netrutwa.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧
ନାରୀ ଏବଂ ସୃଷ୍ଟି ସ୍ଥିତି

ଏହି ସବୁ ନିୟମର ଫଳାଫଳ ଆଜି ଯେପରି ଦେଖାଯାଏ, ତାହାର ପ୍ରଚଳନ ସମୟରେ ମଧ୍ୟ ସେହିପରି ଦେଖାଯାଇଥିଲା । କିନ୍ତୁ ସେତେବେଳେ ନିୟମ ଏବଂ ତାହାର ବ୍ୟତିକ୍ରମ ଭିତରେ ହିଁ ଟଣା ଭିଡ଼ା ଚାଲିଥିଲା । ବ୍ୟଭିଚାର ପ୍ରବଳ ହେବାର ଦେଖି ନିୟମକୁ ଆହୁରି କଠୋର ହେବାକୁ ପଡ଼ିଲା । ଖ୍ରୀଷ୍ଟିଆନ ବିଶପମାନଙ୍କୁ ମା ଭଉଣୀମାନଙ୍କ ପାଖରେ ରହିବାକୁ ବାରଣ କରାଗଲା, ହିନ୍ଦୁ ସନ୍ୟାସୀମାନଙ୍କୁ ଜଙ୍ଗଲ କିମ୍ବା ମଠର ଆଶ୍ରୟ ନେବାକୁ ହେଲା । ସବୁ ଧର୍ମରେ ନାରୀମାନଙ୍କୁ ନିନ୍ଦା କରାଗଲା । ନାରୀ ନରକର ଦ୍ୱାର, ସେ ବ୍ରାହ୍ମଣର ସନ୍ତାନ ହେଲେ ମଧ୍ୟ ଶୁଦ୍ରା, ଧର୍ମରେ ତାହାର ଅଧିକାର ନାହିଁ, ହିନ୍ଦୁମାନଙ୍କପରି ଖ୍ରୀଷ୍ଟୀୟାନ ପାଦ୍ରୀ(Father) ମାନେ ମଧ୍ୟ ଠିକ ଏହି କଥାକୁ ତାର ସ୍ୱରରେ ଘୋଷଣା ନ କରି ଛାଡିନାହାନ୍ତି *୯। କାରଣ ସବୁ ଦେଶର ଧର୍ମଗୁରୁମାନେ ଘଟଣାକ୍ରମେ ପୁରୁଷ ହୋଇ ଜନ୍ମଲାଭ କରି ଅଛନ୍ତି ଏବଂ ନାରୀହିଁ ପୁରୁଷକୁ ପ୍ରଥମେ ପ୍ରଲୋଭନ ଦେଖାଏ ବୋଲି ତାହାକୁ ଏତେଦୂର ହୀନ ଦୃଷ୍ଟିରେ ଦେଖିଚନ୍ତି ଯେ ସେଥିରୁ ମନେ ହୁଏ ସେମାନେ ନାରୀଠାରୁ ଜାତ ହୋଇଥିବାର ମଧ୍ୟ ଭୁଲି ଯାଇଛନ୍ତି ।

ସେଥିପାଇଁ ନାରୀ ହୋଇଛିଗୋଟିଏ ବିଷଧର ଅହି, ନ ହେଲେ ପାଷାଣର ଅହଲ୍ୟା *୧୦ । କେହି ତାକୁ ଭୟ କରି ଦୂରରେ


୯* " Women was represented as the door of hell, as the mother of all human ills. She should be ashamed of the very thought that she is a woman X " ୧୦* ଆକାଶ ଗାମୀ ଇନ୍ଦ୍ରଙ୍କୁ ଥରେ ମାତ୍ର ଚାହିଁ ଦେଇଥିବା ଅପରାଧରେ ଅହଲ୍ୟାଙ୍କୁ ସ୍ୱାମୀ ଅଭିଶାପରେ ଅନେକ ଯୁଗ ପଥର ହୋଇ ପଡି ରହିଥିବା ଉପାଖ୍ୟାନଟି ଅନେକଙ୍କୁ ଜଣା ।