ପୃଷ୍ଠା:Netrutya O Netrutwa.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨
ନେତୃତ୍ୱ ଓ ନେତୃତ୍ୱ

ରହିଚି, ଆଉ କିଏ ତାକୁ ଦେବୀ କରିବା ଊଦ୍ଦେଶ୍ୟରେ ପଥର କରି ରଖିଛି; ଯେ ଦୂରରେ ରହିଛି ସେ ତାକୁ ଦେଇଛି ଘୃଣା ଓ ଅଭିସସମ୍ପାତ, ଜେ ଜଡ଼ କରିଛି ସେ ତାହାର ଆଉ କିଛି କରିବାକୁ ବାକି ରଖି ନାହି । ଏହି ଭାବରେ ନାରୀ ପୁରୁଷ‌ଠିରୁ ଯେଉଁ ନିଗ୍ରହ ପାଇଚି, ତାହା କୌଣସି ନିଗ୍ରୋ ଦାସ ପ୍ରତି ଖ୍ରୀଷ୍ଟୀୟାନମାନଙ୍କର ବ୍ୟବ‌ହାରଠାରୁ ଊଣା ନୁହେଁ । ଯେଉଁଠାରେ ସେ ଅନ୍ୟ ପୁରୁଷକୁ ଅତର୍କିତରେ ଚାହିଁ ଦେଇଚି, ସେଠାରୁ ତାର ଆଖି ବନ୍ଦ; ଯେଉଁଠାରେ କେହି ପୁରୁଷ ତାହାକୁ ଛୁଇଁଦେଇଚି, ତେବେ ତାହାର ଅଗ୍ନି ପରୀକ୍ଷା । ମୋଟ ଉପରେ ନାରୀକୁ ମୂର୍ଖ, ଅବିବେକ, ମୂକ ଓ ଜଡ଼ କରି ରଖିବା ବ୍ୟତୀତ ତାହାର ପବିତ୍ରତାର ସୁରକ୍ଷାପାଇଁ ପୁରୁଷ ଆଉକିଛି ସଦୁପାୟ ଖୋଜି ପାଇନାହିଁ ।

ନାରୀ ମଧ୍ୟ ତାହାର ଏହି ଦଶାକୁ କେତେବେଳେ ଆଶୀର୍ବାଦ ମନେକରି ପୁରୁଷ ପ୍ରତି ଭକ୍ତି ପ୍ରୀତିର ଅତି ନିର୍ବୋଧ ପରିଚୟ ଦେଇଚି, କିମ୍ବା ଦୈବର ଅଭିଶାପ ଭାବି ତୁନି ରହିଚି । ଇଉରୋପରେ ଫରାସୀ ବିପ୍ଳବ ପର୍ଯ୍ୟନ୍ତ ନାରୀର ପୂର୍ବ ଦଶା ବଦଳି ନ ଥିଲା ଏବଂ ଉତ୍ତରାଧୀକାର ସୂତ୍ରରେ ତାହାର ଦାବୀ ସ୍ୱୀକାର କରାଯାଇ ନ ଥିଲା । ଫରାସୀ ବିପ୍ଳବର ସ୍ୱାଧୀନ ଭାବୁକମାନେ ହିଁ ତାହାକୁ ରାଷ୍ଟ୍ର ଓ ସମାଜରେ ପୁରୁଷ‌ଠାରୁ କୌଣସି ଅଂଶରେ ହୀନ ନୁହେଁ ବୋଲି ପରିଚିତ କରାଇଥିଲେ । ୧୯୧୪-୧୯୧୮ ମହାଯୁଦ୍ଧରୁ ହିଁ କେମାଲ ପାଶାଙ୍କ କୃପାରୁ ତୁର୍କିର ମୁସଲମାନ ରମଣୀ ନିଜକୁ ମଣିଷ ବୋଲି ଆବିଷ୍କାର କଲା । ଆମେରିକାର ଅବସ୍ଥା ଅବଶ୍ୟ ବ‌ହୁତ ଆଗରୁ ଟିକିଏ ଫରକ ହୋଇ ପଡ଼ିଥିବା ପରି ବୋଧହୁଏ । ଦେଶ ଛାଡ଼ି ବିଦେଶକୁ ଗଲେ ଉଭୟ ନାରୀ ପୁରୁଷଙ୍କର ସ୍ୱତନ୍ତ୍ର୍ୟ ଯେପରି ଟିକିଏ ବେଶି ହୋଇ ପଡ଼ିଥାଏ, ଆମେରିକାରେ ବୋଧହୁଏ ତାହା ହିଁ ହୋଇଅଛି ଏବଂ ତାହାରି ଆଦର୍ଶରେ ଜାପାନ ମଧ୍ୟ ନିଜକୁ ତିଆରି କରି ନେଇଚି । ଆମେରିକାରେ କମ୍ପାନିୟନେଟ ମ୍ୟାରେଜ୍