ପୃଷ୍ଠା:Netrutya O Netrutwa.pdf/୩୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୨
ନେତୃତ୍ୱ ଓ ନେତୃତ୍ୱ

ହାଇସ୍କୁଲ ବସି ଯେଉଁ ପାଠ ବଣ୍ଟା ଯାଉଛି,ତାହା ଭିତରେ ଭେଲ ଖାଣ୍ଟି ବାଛିବା ଦରକାର ।

କିନ୍ତୁ ସେଭଳି ବାଛିବାର ଫଳାଫଳ କିଛି ଅଛି କି ? ଖାଲି ଓଡ଼ିଶା କାହିଁକି, ଭାରତବର୍ଷର କେଉଁଠି ଆଉ କି ବିଚାର ହେଉଛି ? ସେ ବିଚାରର ଫଳ ଅବା ହେଉଛି କଅଣ ? ଯେଉଁ ସ୍ୱାଧୀନତା ମିଳିଗଲେ ସବୁ ମିଳିଯିବ ବୋଲି ଆଜିଯାକେ କେତେ ଲୋକ ବିଚାର କଲେ, କେତେ ଲୋକ ବେଶୀ ସୁଖୀ ହେବେ ବୋଲି ଦୁଃଖ କଷ୍ଟ ଜେଲ ଜୋରିମାନା ଭୋଗିଲେ, କେତେ ବେଶୀ ଧନୀ ହେବା ଆଶାରେ ଧନ ଖର୍ଚ୍ଚ କଲେ, ସେହି ସ୍ୱାଧୀନତାକୁ ନିଜ ଇଚ୍ଛାରେ ଦେବାକୁ ଇଂରେଜ ସରକାର ଏବେ ତ ତିଆର । ପୁଣି ବିଲାତରୁ ମନ୍ତ୍ରୀ ପ୍ରତିନିଧି ଦଳ ସ୍ୱାଧୀନତା ଦେବାକୁ କେତେ ବୁଝାସୁଝା ନ କଲେ । ମାସ ମାସ ଧରି ତାଙ୍କର ଝାଙ୍କ ଛିଡ଼ିଗଲା* । ମାତ୍ର ସଶରୀରରେ ଜେଲକୁ ନ ନେବା ପର୍ଯ୍ୟନ୍ତ ଆମେ ଯେମିତି ଦିନେ ସରକାର ପାଖେ ନିଷ୍କ୍ରିୟ ପ୍ରତିରୋଧ ଜଣାଉଥିଲୁଁ, ସେମିତି ଆଜି ଜବରଦସ୍ତି ନ ଲଦିବାଯାକେ ଆମେ ସ୍ୱାଧୀନତା ନେବୁ ନାହିଁ ବୋଲି ଜିଦି ଧଇଲୁଁ । ଆମର ସେ ନିଷ୍କ୍ରିୟ ପ୍ରତିରୋଧ ନୀତି ଓ ଅଭ୍ୟାସଟା ସେତେବେଳର ସରକାରଙ୍କ ପାଖେ ଅଛପା ନ ଥିଲା। ତେଣୁ ଶେଷରେ ସାମରିକ ବଡ଼ଲାଟ ସ୍ୱାଧୀନତାର ଏକ ଚରମ ସ୍ୱରୂପ ଦେଖାଇ କ‌ହିଲେ,'ନବ ତ ନିଅ, ନଇଲେ ମାମୁଘର କଟୁରିରେ ଚୋଟେ ଦେବି ।'

ଯେଉଁ ସ୍ୱାଧୀନତା ଆସିଲେ ଆମର ଶିକ୍ଷା-ନୀତି, ଅର୍ଥନୀତି; ସମାଜ-ନୀତି ଦଣ୍ଡକେ ବଦଳି ଯିବ ବୋଲି ଆଶା ପୋଷୁଥିଲୁଁ, ତାହା ଯଦି ଏତେ ଜୋରଯବରଦସ୍ତି ଭିତରେ ଆସେ, ବାକୀ ଉନ୍ନତି ଗୁଡ଼ିକ ଆମ ନିଜ ବିଚାରରେ ହେବ ବୋଲି କି ଭରସା ରହିଲା? ବସନ୍ତ ହଇଜା ପ୍ରତିଷେଧ ପାଇଁ ଯବରଦସ୍ତି ଟିକା


*ଭାରତର ସ୍ୱାଧୀନତା ପ୍ରାକ୍‌କାଳରେ ଲିଖିତ ।