ପୃଷ୍ଠା:Netrutya O Netrutwa.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବଙ୍ଗ ଉତ୍କଳ ଦୁଇଟି ଭଗନୀ

ବଙ୍ଗ ତାହାର ପ୍ରତିଶୋଧ ନେଲା ଓଡ଼ିଶାକୁ ଶ୍ରୀ ଚୈତନ୍ୟଙ୍କୁ ପଠାଇ ଦେଇ । ଯଥାର୍ଥରେ ଓଡ଼ିଶାକୁ ଚୈତନ୍ୟଙ୍କ ଆଗମନହିଁ ଏ ଦେଶ ବକ୍ଷରେ ବଙ୍ଗଳାର କୃଷ୍ଟିଗତ ଓ ଧର୍ମଗତ ସାମ୍ରାଜ୍ୟ ବିସ୍ତାରର ସୂଚନା।

ଚୈତନ୍ୟଙ୍କର ଏହି ନବ ପ୍ରଚାରିତ କୃଷ୍ଣ ଧର୍ମରେ ମହାଭାରତର ଆଦର୍ଶ ଓ ଗୀତାର କର୍ମଯୋଗ ଗୌଣ ହୋଇ ପଡ଼ିଲା; ଗୋଟିଏ ଅପୌରୁଷେୟ ଜଡ଼ତା ଓ ନିଶ୍ଚେଷ୍ଟତାହିଁ ସବୁଠାରୁ ବଡ଼ ହୋଇଉଠିଲା । ପୁରୁଷର ଆଦର୍ଶ ହେଲା ନାରୀ । କୃଷ୍ଣଙ୍କୁ ପାଇବାକୁ ହେଲେ ଗୋପୀଭାବ ବା ସଖୀଭାବରେ ପ୍ରାଣିତ ହେବା ପ୍ରୟୋଜନ । ତେଣୁ ନାରୀ ପରି ବସନ ଭୂଷଣ,ନାରୀ ପରି କଥା ଓ ବ୍ୟବ‌ହାର, ପୁଣି ନାରୀର ଲୋମାଞ୍ଚ,ଅଶୃ ଓ ବେପଥୁର ସାଧନା ହେଲା ପୁରୁଷର ଧର୍ମ । ଏପରି କି ଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କର ନାରୀ ରୂପ ପରିଗ୍ରହ ହେଲା ଗୋଟାଏ ସୁଖ୍ୟାତି; ଏବେ ମଧ୍ୟ କେହି କେହି ପରମ ବୈଷ୍ଣବ ନାରୀ ଅଙ୍ଗର ଲକ୍ଷଣମାନ ସାଧନା ବଳରେ ନିଜ ଦେହରେ ପରିସ୍ଫୁଟ କରିଥିବାର ଶୁଣାଯାଏ । ଯେଉଁ ପୌରୁଷଚଳରେ ଉତ୍କଳର ସମ୍ରାଟ ଗୌଡ଼େଶ୍ୱର ହୋଇ ପାରିଥିଲେ ତାହାକୁ ପରାଜିତ କଲା ଧର୍ମ ନାମରେ ବଙ୍ଗର ନାରୀତ୍ୱ; ପୁଣି ଓଡ଼ିଶା ମଧ୍ୟ ଏହି ନାରୀତ୍ୱର ଆଦର୍ଶ ସ୍ୱୀକାର କଲାରୁ ଉଭୟ ପ୍ରଦେଶ ଭଗିନୀ ରୂପେ କଳ୍ପିତ ହେବାର ଯଥାର୍ଥ୍ୟ ଏହି ସମୟରୁହିଁ ବୋଧହୁଏ ପ୍ରତିଷ୍ଠିତ ହେଲା ।

ଚୈତନ୍ୟ ଓ କଳାପାହାଡ଼-

ବାସ୍ତବିକ ଦେଖିବାକୁ ଗଲେ ଚୈତନ୍ୟଙ୍କ ଦ୍ୱାରା ଓଡ଼ିଶାର ସାମରିକ ଶକ୍ତିର ଯେଉଁ ବିପୁଳ କ୍ଷତି ହୋଇଅଛି, ସେଥିରେ