ପୃଷ୍ଠା:Netrutya O Netrutwa.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୨
ନେତୃତ୍ୱ ଓ ନେତୃତ୍ୱ


ଅବଶ୍ୟ ପ୍ରତାପରୁଦ୍ରଙ୍କ ପରେ ମଧ‌୍ୟ ମୁକୁନ୍ଦ ଦେବଙ୍କ ସମୟରେ ଓଡ଼ିଶାର କେତେକ ଦୀପ୍ତିଥିଲା, ପୁଣି ଗଙ୍ଗାର ତ୍ରିବେଣୀ ଘାଟଯାଏ ହୁଏ ତ ଏହାର ପ୍ର‌ତିପତ୍ତି ଥିଲା । କିନ୍ତୁ ଗଙ୍ଗା ଓ ପଦ୍ମା ଦେଶରୁ ଆସି ଚୈତନ୍ୟ ଯେଉଁ ତରଳ ଶୀତଳ ସ୍ରୋତ ବୁହାଇ ଦେଲେ; ସେଥିରେ ପାହାଡ଼ କଙ୍କରମୟ ଓଡ଼ିଶାର କାଠିନ୍ୟ ଓ ଉଷ୍ଣତା ଦୂର ହୋଇଗଲା ।

ଭାରତର ରାଷ୍ଟ୍ରୀୟ ପଙ୍ଗୁତାରେ ଧର୍ମର ଦାୟିତ୍ୱ ଓ ଓଡ଼ିଶା ଜଗନ୍ନାଥ ଧର୍ମର ଅସାରତା-

ପ୍ରକାଶ୍ୟ ଭାବରେ ଚୈତନ୍ୟ, ପ୍ରତାପରୁଦ୍ର, ରାୟ ରାମାନନ୍ଦ ବା ଜଗନ୍ନାଥ ଦାସ ଓଡ଼ିଶା ସାମ୍ରାଜ୍ୟର ଅଧଃପତନର ସୂତ୍ରପାତ କରିଥିଲେହେଁ ଓଡ଼ିଶାର ସାମ୍ରାଜ୍ୟ ଅଥବା ଶାସନତନ୍ତ୍ର ଯେ ଏ ରୂପ ଅଘାତରେ ମ୍ରିୟମାଣ ହେବା ଭଳି ଦୁର୍ବଳ ଥିଲା, ତାହା ମଧ‌୍ୟ ସ୍ପଷ୍ଟ ପ୍ରତୀତ ହୁଏ । ଧର୍ମ ନାମରେ ଏହି ପରି ଜଡ଼ତା ଓ ପଙ୍ଗୁତାକୁ ଶାନ୍ତିଭ୍ରମ କରି ସେହି ସମୟଠାରୁ ଦେଢ଼ ହଜାର ବର୍ଷ ପୂର୍ବେ ଭାରତ ସାମ୍ରାଜ୍ୟ ମଧ‌୍ୟ ନଷ୍ଟ ହୋଇଥିଲା; ଆଉ ତାହାର ପ୍ରଧାନ ହେତୁ ଥିଲା ଏହି କଳିଙ୍ଗ ରାଜ୍ୟ । କଳିଙ୍ଗ ସମରଠାରୁ ହିଁ ଅଶୋକ ଦେଶ ଜୟ ଛାଡ଼ି ଧର୍ମଜୟ ପାଇଁ ମନ ବଳାଇଲେ । ଧର୍ମର ଆବରଣ ଭିତରେ ସମଗ୍ର ଭାରତର ପୁଣି ବିଭିନ୍ନ ପ୍ରଦେଶର ଶକ୍ତିହୀନତା ଓ ରଣଭୀରୁତା ପ୍ରଚ୍ଛନ୍ନ ରହିଥିବାର ଆଉ ଅନେକ ଘଟଣାରୁ ପ୍ରମାଣ କରିଦିଆଯାଇ ପାରେ ଏବଂ ଭାରତୀୟ ଧର୍ମ ଏ ଦେଶରେ ଜାତୀୟତା ଗଢ଼ିବା ଦୂରେ ଥାଉ,ଏ ଦେଶବାସୀଙ୍କୁ ଯେ ମନୁଷ୍ୟ ପଦବାଚ୍ୟ ହେବାରୁ ବଞ୍ଚିତ କରି ରଖିଅଛି ଓ ପୃଥିବୀ ଉପରର ପାଞ୍ଚ ଭାଗରୁ ଭାଗେ