ପୃଷ୍ଠା:Netrutya O Netrutwa.pdf/୪୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୩
ବଙ୍ଗ ଉତ୍କଳ ବୁଇଟି ଭଗିନୀ

ଲୋକଙ୍କୁ ପଙ୍ଗୁ ଓ କ୍ଳୀବ କରି ପକାଇ ଅଛି,ତାହା ଯେ କୌଣସି ବିଦେଶୀ ଜାତିର ଭାରତ ଆକ୍ରମଣ ଓ ଅତ୍ୟାଚାରର ଫଳ ଅପେକ୍ଷା କମ୍ ନୁହେଁ । ସେଥିପାଇଁ ଆଜି ଏ ଦେଶରେ ଧର୍ମ ନାମରେ ଯେତେ ଜଞ୍ଜାଳ ଓ ଅନର୍ଥ ପଶିଛି, ତାହାଠାରୁ ଏହାର ବ‌ହୁଯୁଗବ୍ୟାପୀ ପରାଧୀନତାକୁ ପୃଥକ୍ କରିବା କଠିନ ।

ଭାରତୀୟ ସ୍ୱାଧୀନତା ପୂର୍ବେ ଦେବଦେବୀଙ୍କ ଉପରେ ଭରସା ରଖି ତିଷ୍ଠିଥିଲା, ଭାରତୀୟ ସାମରିକତା ଏହି ଦେବଦେବୀଙ୍କଠାରୁହିଁ ଶକ୍ତି ସଞ୍ଚୟ କରୁଥିଲା-ଏପରି କି ଭାରତର କବି, ସାହିତ୍ୟିକ ଓ ପଣ୍ଡିତମାନେ ମଧ୍ୟ ଏହି ଦେବ ଦେବୀଙ୍କଠାରୁ ବର ଲାଭ କରି ଯଶସ୍ୱୀ ହେଉଥିଲେ । ସମଗ୍ର ଭାରତ ପରି ଓଡ଼ିଶାରେ ମଧ୍ୟ ଦେବପୂଜା ବା ଧର୍ମ‌ଭାବ ଅତି ପ୍ରବଳ ଥିଲା ଓ ମନୁଷ୍ୟ ନିମିତ୍ତମାତ୍ର ହୋଇ କାର୍ଯ୍ୟ କରୁଥିଲା । କିନ୍ତୁ ଓଡ଼ିଶାର ଧର୍ମ‌ଭାବ ମୂଳରେ କୌଣସି ସ୍ୱାତନ୍ତ୍ର୍ୟ ନ ଥିଲା । ପ୍ରୋଟେଷ୍ଟାଣ୍ଟ କ୍ୟାଥଲିକ୍‌ମାନ‌ଙ୍କ ପରି ଶୈବ ବୈଷ୍ଣବ ପ୍ରଭୃତି ଧର୍ମମତ ଗୁଡ଼ିକ ନିଆରା ହେଲେହେଁ ଖ୍ରୀଷ୍ଟ କିମ୍ବା ମହ‌ମ୍ମଦ ଧର୍ମମତ ଗୁଡ଼ିକର ନାନା ଶାଖା ଭିତରେ ରହି ଲୋକେ ଯେମିତି ନିଜ ମତବାଦର ସ୍ୱାତନ୍ତ୍ର୍ୟ ରଖି ପାରିଥିଲେ, ଓଡ଼ିଶାରେ ସେହିପରି ଶୈବ,ଶାକ୍ତ,ବୈଷ୍ଣବ,ବୌଦ୍ଧ ଇତ୍ୟାଦି ମତବାଦର ବୈଶିଷ୍ଟ ରକ୍ଷା ହୋଇ ନାହିଁ । ଓଡ଼ିଶାର ଜଗନ୍ନାଥ ଧର୍ମ ସବୁ ମତବାଦକୁ ଗ୍ରହଣ କରିବାକୁ ଯାଇ ଗୋଟାଏ ସାର୍ବଜନୀନତାର ଦାବୀ ରଖିଛି । ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ତିନି ମୂର୍ତ୍ତିଙ୍କୁ ବୌଦ୍ଧ ତ୍ରିପିଟକଙ୍କଠାରୁ ଆରମ୍ଭ କରି ରାମ,ଲକ୍ଷ୍ମଣ,ସୀତା ଏବଂ ଶିବ ଓ ଶକ୍ତି ପ୍ରଭୃତି ନାନା ରୂପର ପ୍ରତୀକ ବୋଲି ଶୁଣା ଯାଇଥାଏ । ପୁଣି ବୁଦ୍ଧ,ଶଙ୍କର,କବୀର,ରାମାନୂଜ ଓ ନାନ‌କ ପ୍ରଭୃତି ବିଭିନ୍ନ ସମ୍ପ୍ରଦାୟର ମତ ପ୍ରଚାରକମାନେ ଯେ ଯେତେବେଳେ ଆସି ଅଛନ୍ତି ସମସ୍ତେ ଏଠାରେ