ଅବାଧ ପ୍ରବେଶ ପାଇ ଅଛନ୍ତି । ତେଣୁ ଓଡ଼ିଶାରେ ସବୁ ମତବାଦର ଗୋଟାଏ ସମନ୍ୱୟ ହେବାର ଯେପରି ଚେଷ୍ଟା ହୋଇଅଛି, ସେଥିରେ ଏ ଦେଶରେ ଆତିଥେୟତା ଏତେ ବେଶୀ ବିସ୍ତୃତ ହୋଇ ପଡ଼ିଛି ଯେ, ଶେଷକୁ ଏହାର ନିଜର ହୋଇ କିଛି ରହି ନାହିଁ । ସମସ୍ତଙ୍କ ପାଇଁ ସବୁ ବେଳେ ଦ୍ୱାର ଖୋଲିଦେବା ଦ୍ୱାରା ଏ ଜାତିର ଗ୍ରାହସ୍ଥ୍ୟ-ଧର୍ମ ଲୋପ ପାଇ ଏକ ପ୍ରକାର ବେଶ୍ୟା ଧର୍ମହିଁ ଏଠାରେ ଥାନ ମାଡ଼ି ବସିଚି । ସବୁ ଧର୍ମ ମତକୁ ଭଲ କହିବା ଦ୍ୱାରା ଏହା ଯଥାର୍ଥ ଭଲ ମନ୍ଦର ବିଚାରଶୂନ୍ୟ ହୋଇ ପଡ଼ିଚି । ସେହି କାରଣରୁହିଁ ବଙ୍ଗର ଚୈତନ୍ୟ ଯେତେବେଳେ ବୈଷ୍ଣବ ଧର୍ମର ଏକ ନୂଆ ରୂପ ଘେନି ଏହାର ଦ୍ୱାରସ୍ଥ,ସେତେବେଳେ ମଧ୍ୟ ଏହି ଧର୍ମର ଆଲିଙ୍ଗନ ଭିତରେ ନିଜକୁ ଦାନ କରିବାକୁ ସେ ଇତସ୍ତତଃ ହୋଇ ନାହିଁ , ଏପରିକି ଗୋଟାଏ ବିଶାଳ ସାମ୍ରାଜ୍ୟର ବିନିମୟରେ ମଧ୍ୟ ।
ଗଞ୍ଜାମ ଓ ମେଦିନୀପୁର-
ଅବଶ୍ୟ ଚୈତନ୍ୟଙ୍କ ପୂର୍ବରୁ ରାଜା କପିଳେନ୍ଦ୍ରଙ୍କ ସମୟରୁହିଁ ବଙ୍ଗ ଓ ଉତ୍କଳ ମଧ୍ୟରେ ଅନେକ ସମ୍ବନ୍ଧ ଦେଖା ଦେଇଥିଲା । ସେତିକି ବେଳୁ ଓଡ଼ିଆମାନେ ବହୁ ସଂଖ୍ୟାରେ ବଙ୍ଗ ପ୍ରଦେଶରେ ବାସ କରିବାକୁ ଲାଗିଲେ । ଚୈତନ୍ୟଙ୍କ ସମୟରେ ସେହିପରି ଅନେକ ବଙ୍ଗାଳି ଓଡ଼ିଶାରେ ଘର କରି ରହିଲେ । ଗୋପୀନାଥ ବଡ଼ଜେନାଙ୍କର ମେଦିନୀପୁର ଶାସନରେ ଯେ ଅକ୍ଷମତା ଦେଖାଗଲା, ତାହା କ୍ରମେ ସେଠାରେ ଓଡ଼ିଆ କର୍ତ୍ତୃତ୍ୱକୁ ହୀନବଳ କରି ପକାଇଲା । ରାୟ ରାମାନନ୍ଦ ରାଜାମାହେନ୍ଦ୍ରିର ଶାସକ ଥାଇ ଯେଉଁ ଦିନ ବୈଷ୍ଣବ ଦୀକ୍ଷା ନେଇ ଫେରିଲେ, ସେହି ଦିନ ବୋଧ ହୁଏ ଗଞ୍ଜାମ ଅଞ୍ଚଳ ମାନ୍ଦ୍ରାଜ ପ୍ରଦେଶ ଭିତରେ ବହୁ କାଳ ରହିବ ବୋଲି ଓଡ଼ିଶାର ଭାଗ୍ୟ-