ପୃଷ୍ଠା:Netrutya O Netrutwa.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୫
ବଙ୍ଗ ଉତ୍କଳ ଦୁଇଟି ଭଗିନୀ

ପାଞ୍ଜିରେ ଲେଖାଗଲା । ମେଦିନୀପୁର ପକ୍ଷରେ ମଧ୍ୟ ସେହି କଥା କୁହାଯାଇ ପାରେ । ଫରକ ଭିତରେ ଖାଲି ଏତିକି, ଓଡ଼ିଶା ଓ ବଙ୍ଗଳାର ଭାଷାଗତ ଓ କୃଷ୍ଟିଗତ ସାମଞ୍ଜସ୍ୟ ବେଶୀ ଥିବାରୁ ମେଦିନୀପୁର ଲୋକେ ଯେଉଁ ପରିମାଣରେ ବଙ୍ଗାଳି ହୋଇ ପାରିଲେ, ଗଞ୍ଜାମ ଲୋକେ ସେପରି ତୈଲଙ୍ଗୀ ହୋଇ ପାରି ନାହାନ୍ତି ।

ଏ ଦୁଇଟି ଜିଲା ଅଲଗା ହୋଇ ପଡ଼ିବାରୁ ସମୂହ ଭାବରେ ଓଡ଼ିଶାର ଜାତୀୟ କ୍ଷତି ହୋଇଛି ସତ; କିନ୍ତୁ ଅଲଗା ହେବାଦ୍ୱାରା ସେ ଦୁଇ ଜିଲାର ଓଡ଼ିଆ ଜମିଦାରକୁଳ ବଞ୍ଚି ଯାଇ ଅଛନ୍ତି । ଗଞ୍ଜାମ, ମେଦିନୀପୁର ବା ସିଂହଭୂମିର ସବୁ ବଡ଼ ଜମିଦାର ପ୍ରାୟ ଓଡ଼ିଆ; ଅଥଚ ପୁରୀ, କଟକ, ବାଲେଶ୍ୱର ନାମକ ତିନୋଟି ଜିଲାର ଯେଉଁ ଓଡ଼ିଶାକୁ ଚୈତନ୍ୟ ଧର୍ମ ପ‌ହିଲେ ଭଲ ରୂପେ ଗ୍ରାସ କଲା, ପରବର୍ତ୍ତୀ ରାଜନୀତି କ୍ଷେତ୍ରରେ ସେ ସବୁ ସ୍ଥାନର ଓଡ଼ିଆ ଜମିଦାରକୁଳ ବୋଧ ହୁଏ ଉକ୍ତ ଧର୍ମ କୃପାରୁହିଁ ବ‌ହୁ ପରିମାଣରେ ନିର୍ବାଣ ଲାଭ କଲେ । ମୌର୍ଯ୍ୟଙ୍କଠାରୁ ଆରମ୍ଭ କରି ମରହଟ୍ଟାଙ୍କ ପର୍ଯ୍ୟନ୍ତ ସବୁ ହିନ୍ଦୁ ରାଜତ୍ୱ ମୂଳ ମନ୍ତ୍ର ଥିଲା ଧର୍ମ ଏବଂ ତାହାରି ବଳରେ ସେ ସବୁ ଆଜି ନିର୍ବାଣ ବା ମୁକ୍ତି ପାଇଛି । ଆଜି ମଧ୍ୟ ସେ ଆଦର୍ଶରୁ ଭାରତ ତଳକୁ ଖସି ନାହିଁ । ସେଥିପାଇଁ ଭାରତୀୟ ରାଜନୀତି ଓ ଶାସନର ଯେଉଁମାନେ ଦାବୀ କରନ୍ତି, କଥା କଥାକେ ତାଙ୍କଠାରୁ ହିମାଳୟ ପ୍ରସ୍ଥାନ, ଯୋଗ ସାଧନ, ଆତ୍ମଶୁଦ୍ଧି ଓ ପ୍ରାୟୋପବେଶନର ସମ୍ବାଦ ଶୁଣାଯାଏ । *


ଯାହାହେଉ ବଙ୍ଗ ଓ ଉତ୍କଳର ଆଜି ଯେଉଁ ସମ୍ବନ୍ଧ ଦେଖାଯାଏ, ତାହାକୁ ବେଶୀ ଦୂରକୁ ଟଣା ଟଣି ନ କରି କପିଳେନ୍ଦ୍ର ଓ



* ମହାତ୍ମା ଗାନ୍ଧିଙ୍କ କର୍ମ ପନ୍ଥା ।