ପୃଷ୍ଠା:Netrutya O Netrutwa.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୫୮

ନେତୃତ୍ୱ ଓ ନେତୃତ୍ୱ

ଉଦାହରଣ ସ୍ୱରୂପ- ବୈଷ୍ଣବମାନେ ଚୈତନ୍ୟଙ୍କର ପୁରୀଠାରେ ଜଗନ୍ନାଥଙ୍କ ବିଗ୍ରହ ସ‌ହିତ ଲୀନ ହେବା, କିମ୍ବା ସମୁଦ୍ର ବକ୍ଷରେ ତିରୋଧାନ ବା ଅପ୍ରକଟ ହେବାର ଯେଉଁ ସବୁ ଅପାର୍ଥିବ ଘଟଣା ଉପରେ ବିଶ୍ୱାସ କରନ୍ତି, ପୁଣି ବୈଷ୍ଣବ ସାହିତ୍ୟରେ ସେ ସବୁ ଉଲ୍ଲେଖ କରିଅଛନ୍ତି, ଜୟାନନ୍ଦ ସେ ସମସ୍ତ ଗଳ୍ପକୁ ତ୍ୟାଗ କରି ଲେଖିଛନ୍ତି- ରଥ-ଯାତ୍ରାରେ ଚୈତନ୍ୟ ଉଦ୍ଦାମ ନୃତ୍ୟ କରୁଥିବା ବେଳେ ତାଙ୍କ ବାମ ପାଦରେ ଇଟା ବାଜି ଜଖମ ହୋଇ ପଡ଼ିଲେ । ସେହି ଅଘାତରେହିଁ ଅଳ୍ପ ଦିନ ପରେ ତାଙ୍କର ମୃତ୍ୟୁ ହେଲା । ସଙ୍ଗେ ସଙ୍ଗେ ଏ କଥା ମନେ ରଖିବାକୁ ହେବ ଯେ, ଜୟାନନ୍ଦ ଜଣେ ପରମ ଚୈତନ୍ୟ-ପନ୍ଥୀ ।

ଅବଶ୍ୟ ଜୟାନନ୍ଦଙ୍କ ରଚନା ଅପେକ୍ଷା ବୈଷ୍ଣବ ସାହିତ୍ୟରେ ପ୍ରାଚୀନତର ରଚନା ଅଛି । କିନ୍ତୁ ଐତିହାସିକ ସତ୍ୟାସତ୍ୟ ପ୍ରାଚୀନ ରଚନାରେ କିମ୍ବା ପରବର୍ତ୍ତୀ ରଚନାରେ ବେଶି ନିହିତ, ତାହାର ବିଚାର ଐତିହାସିକ ହାତରେ । ଐତିହାସିକ ରାଖାଲ ଦାସ ସେ ବିଚାର କରିଛନ୍ତି । ତେଣୁ ଏ କ୍ଷେତ୍ରରେ ତାଙ୍କ ତ‌ଥ୍ୟକୁ ଅସ୍ୱୀକାର କରିବାକୁ ହେଲେ ସେହିପରି ଶକ୍ତିଶାଳୀ ଐତିହାସିକ ଓ ବିଶ୍ୱାସଯୋଗ୍ୟ ପ୍ରମାଣ ଆବଶ୍ୟକ ।

ଚୈତନ୍ୟ ଧର୍ମର ନାରୀତ୍ୱ ବା ଗୋପୀ ଭାବର ଅତ୍ୟଧିକ ଚର୍ଚ୍ଚା ସମ୍ବନ୍ଧରେ ମୁଁ ଯାହା ଲେଖିଥିଲି, ତାହାର ଯଥାଯଥ ପ୍ରତିବାଦ ହୋଇ ନାହିଁ କିମ୍ବା ମୋ କଥା ମିଥ୍ୟା ବୋଲି କେହି ପ୍ରମାଣିତ କରି ନାହାନ୍ତି । ଓଡ଼ିଶାରେ ଚୈତନ୍ୟଙ୍କ ପୂର୍ବରୁ ଲକ୍ଷ୍ମୀ ପୂଜା ବା ଗୋପୀନାଥ ପୂଜା କିମ୍ବା ସାରଳା, ମଙ୍ଗଳା ପୂଜା ନ ଥିଲା ବୋଲି ମୁଁ କେଉଁଠାରେ କ‌ହି ନାହିଁ । ଦେବୀ ପୂଜା,ଦୁର୍ଗା ଉପାସନା ଏକା