୫୯
ପ୍ରତିବାଦର ଉତ୍ତର
ଓଡ଼ିଶା କାହିଁକି, ସମଗ୍ର ଭାରତରେ ତ ବହୁ ପ୍ରାଚୀନ କାଳରୁ ପ୍ରଚଳିତ; କିନ୍ତୁ ପୁରୁଷକୁ ନାରୀ ଭାବରେ ଅନୁପ୍ରାଣିତ କରିବା ପାଇଁ ଚୈତନ୍ୟ ଧର୍ମର ପ୍ରଭାବ ଯେମିତି ପରିସ୍ଫୁଟ, ତାହା କୌଣସି ବାଳକକୁ ମଧ୍ୟ ବୁଝାଇ ଦେବା ଆବଶ୍ୟକ ନାହିଁ ।
ବୈଷ୍ଣବ ରାଜାମାନେ ଯୁଦ୍ଧ କରୁ ନ ଥିଲେ କିମ୍ବା ପ୍ରତାପରୁଦ୍ରଙ୍କ ପୂର୍ବବର୍ତ୍ତୀ ପୁରୁଷୋତ୍ତମ ଓ କପିଳେନ୍ଦ୍ର ବୈଷ୍ଣବ ନ ଥିଲେ, ଏ ଧାରଣା ମୁଁ କରି ନାହିଁ ଏବଂ ଆଶା କରେ ମୋ ପ୍ରବନ୍ଧ ପାଠକମାନେ ମଧ୍ୟ କରି ନ ଥିବେ । ମୁଁ କେବଳ ଚୈତନ୍ୟଙ୍କର ନବ ବୈଷ୍ଣବ ଧର୍ମର ଉତ୍କଳରେ ପ୍ରଭାବ କଥା ଆଲୋଚନା କରିଛି, ଏ କଥା ଆଉ ଥରେ ବୁଝାଇ ଦେବା ଆବଶ୍ୟକ ନାହିଁ; ପୁଣି ଧର୍ମ ସହିତ ଭାରତୀୟ ସାମରିକତାର କି ସମ୍ପର୍କ, ତାହାର ବିଚାର ପଦେକଥାରେ ହୁଏ ନାହିଁ; ସେଥିପାଇଁ ପୂର୍ବାପର ସଙ୍ଗତି କ୍ରମରେ ଇତିହାସର ଘଟଣା ଗୁଡ଼ିକର ନିରପେକ୍ଷ ବିଚାର ପ୍ରୟୋଜନ, ତାହାର ସ୍ଥାନ ଏଠାରେ ନୁହେଁ ।
ଏହା ପରେ ଚୈତନ୍ୟ ଓ କଳାପାହାଡ଼ଙ୍କ ମଧ୍ୟରେ ଯେଉଁ ଚମତ୍କାର ତୁଳନା-ମୂଳକ ବ୍ୟାଖ୍ୟାଟିର ମୁଁ ଅବତାରଣା କରିଚି, ସେଥିଲାଗି-ମୋ ଲେଖନୀକୁ କେହି ବାହାବା ଦେବା ଦୂରେ ଥାଉ, ମୋ ଚିତ୍ତର ଅସଂଯମ ଓ ଭାବୋଚ୍ଛ୍ୱାସର ଯେଉଁ ଚିତ୍ର ମୁଁ ଏବଂ ମୋର ପ୍ରିୟ ପାଠକ ପାଠିକାମାନେ ପ୍ରତ୍ୟକ୍ଷ କରିଛୁଁ, ତାର ଶତାଂଶରୁ ଅଂଶେ ହେଲେ ନିଜ ଠାରେ ପ୍ରକଟିତ କରିବାରେ କ୍ଷମତା ମୋର ଅଛି କି ?
ମୋଟା ମୋଟି ମୋ ପ୍ରବନ୍ଧଟିର ଯେତେଗଡ଼ିଏ ଆଲୋଚନା ହୋଇଯାଇଚି, ତାହା ଭିତରୁ କେଉଁ କଥାଟି ମୋର ପ୍ରତିବାଦ,