୬୦
ନେତୃତ୍ୱ ଓ ନେତୃତ୍ୱ
ତାହା ସ୍ପଷ୍ଟ ରୂପେ ଧରିବାର ଉପାୟ ନାହିଁ । ଅନେକ ସ୍ଥଳରେ ସମାଲୋଚକ ମୋରି କଥାକୁହିଁ ସ୍ୱୀକାର କରିଅଛନ୍ତି । ସୁତରାଂ ପ୍ରତି କଥାର ପ୍ରତିବାଦ ଲେଖିବାର ଅବକାଶ ନାହିଁ ।
ଶେଷରେ ମୁଁ ଏତିକି କହିବାକୁ ଚାହେଁ ଯେ, ମୁଁ ବଙ୍ଗ କିମ୍ବା ଉତ୍କଳ, ବ୍ରାହ୍ମଣ କିମ୍ବା କରଣ ଆଦି କୌଣସି ଦେଶ ବିଶେଷ ବା ଜାତି ବିଶେଷର ଅଧିକ ଅନୁରାଗୀ ନୁହେଁ ।
ସେହି ରୂପେ ଚୈତନ୍ୟ କିମ୍ବା ତାଙ୍କରି ଶ୍ରେଣୀୟ ଆଉ କାହାରି ଶିଷ୍ୟ କିମ୍ବା ଭକ୍ତ ନ ହେଲେହେଁ ମୋର ତାଙ୍କ ଭିତରୁ କାହାରି ପ୍ରତି ସ୍ଥାୟୀ ଆକ୍ରୋଶ ନାହିଁ । କିନ୍ତୁ ସେମାନଙ୍କ କାର୍ଯ୍ୟ ଓ ତାହାର ଫଳାଫଳ ସମ୍ବନ୍ଧରେ ମଁ ଏବଂ ମୋ ପରି ଆଉ ସମସ୍ତଙ୍କର ନିନ୍ଦା ପ୍ରଶଂସା କରିବାରେ ଅଧିକାର ଅଛି ।
ଆଉ ଗୋଟିଏ କଥା- ମୁଁ ଓ ମୋର ସମାଲୋଚକଙ୍କ ମଧ୍ୟରେ ମୌଳିକ ପ୍ରଭେଦ ରହିଛି, ବିଷୟଟିକୁ ବିଭିନ୍ନ ଦିଗରୁ ଦେଖିବାରେ । ଚୈତନ୍ୟଙ୍କୁ ଓ ତାଙ୍କରି ପରି ଅନ୍ୟମାନଙ୍କୁ ମୁଁ ଇତିହାସପ୍ରସିଦ୍ଧ ଖ୍ୟାତନାମା ବ୍ୟକ୍ତି ବିଶେଷ କିମ୍ବା ମହାପୁରୁଷ ବୋଲି ଞ୍ଜାନ କରେଁ । ମୋର ମନେ ହୁଏ, ସେମାନଙ୍କୁ 'ମହାପ୍ରଭୁ, ଭଗବାନ୍' ପ୍ରଭୃତି ଆଖ୍ୟା ଦେବା ଅର୍ଥ ତାଙ୍କ ପ୍ରତି ଘୋର ଅନ୍ୟାୟ କରିବା । କାରଣ ଐତିହାସିକ ଚରିତ୍ର ରୂପେ ଦେଖିବା ଦ୍ୱାରା ତାଙ୍କର ଅସ୍ତିତ୍ୱ ଓ ସତ୍ୟତା ସମ୍ବନ୍ଧରେ କାହାରି ପ୍ରଶ୍ନ କରିବା ସହଜ ନୁହେଁ । ଅଥଚ ଭଗବାନ୍ ଓ ମହାପ୍ରଭୁ ପ୍ରଭୃତିଙ୍କର ଅସ୍ତିତ୍ୱ ବିରୁଦ୍ଧରେ ପୃଥିବୀରେ ବହୁ ସୁଯୁକ୍ତିପୂର୍ଣ୍ଣ ପ୍ରମାଣ ଅଛି ।
------