୬୨
ନେତୃତ୍ୱ ଓ ନେତୃତ୍ୱ
ତାହା ଶୁଣିବାକୁ ବାପା ମା ଓ ଆଉ ସମସ୍ତଙ୍କର ଆଗ୍ରହ ଥିଲା ଯଥେଷ୍ଟ । କିନ୍ତୁ କହି ଶିଖିବା ସଙ୍ଗେ ସଙ୍ଗେ ନାନା ବିଷୟରେ ପ୍ରଶ୍ନ କରିବାକୁ ଆଗ୍ରହ ଯେତେବେଳେ ଜନ୍ମିଲା, ସେତେବେଳେ ଖାଲି ବାପା ମା ନୁହନ୍ତି, କ୍ରମେ କୁଟୁମ୍ବ, ପଡ଼ୋଶୀ, ସମାଜ ଓ ରାଷ୍ଟ୍ର ପ୍ରଭୃତି ସବୁଦିଗରୁ ତାଗଦା ଆସିଲା-ଚୁପ୍ ଚୁପ୍ ! ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପାଇବା ପର୍ଯ୍ୟନ୍ତ ସମୟ ଭିତରେ ଏହି ଚୂପ୍ ଚାପ ତାଗଦାଟା ହିଁ ଆଉ ସବୁ ପାଠ ଅପେକ୍ଷା ବେଶି ପରିମାଣରେ ସ୍ମରଣ ଅଛି ।
ମୋହର ମନେ ହୁଏ, ଆମ୍ଭମାନଙ୍କର ବାସସ୍ଥାନ ଏହି ଗ୍ରହଟିର ଶତକଡ଼ା ଶହେ ଲୋକଙ୍କର ଜୀବନ ଆରମ୍ଭ ହୁଏ ଏହି ରୂପେ । ଯେମିତିକି ଶୈଶବରୁହିଁ ସମସ୍ତଙ୍କର ଅନେକ ଗୋପନୀୟ ବିଷୟରେ ଆମ୍ଭେମାନେ ପ୍ରଶ୍ନ କରିପାରୁଁ, ଯାହାର ପ୍ରକାଶନରେ ପୃଥିବୀ ପ୍ରଳୟର ଆଶଙ୍କା ଅଛି ! କିନ୍ତୁ ବନ୍ଧୁଗଣ ! ଶିଶୁ ମନର ଉଦ୍ଦାମ ସ୍ୱଚ୍ଛନ୍ଦ ପ୍ରକୃତି କୌଣସି ବାରଣ ବା ଭୟ ଦେଖାଇବା ଦ୍ୱାରା ଦମିଯିବାର ବସ୍ତୁ କି ? ନୂଆ ହୋଇ ସେ ଜଗତକୁ ଆସିଛି, ଛୋଟ ବଡ଼ ସବୁ ବସ୍ତୁ ସଙ୍ଗେ ତାହାର ପରିଚୟ ହେବା ଦରକାର, ସବୁ ବିଷୟରହିଁ ଜିଞ୍ଜାସୁ ହେବା ତାହାର ଧର୍ମ । ଅଥଚ ସବୁ ବିଷୟ ତାକୁ ବୁଝାଇ ଦେବା ପାଇଁ ଅଭିବାବକଙ୍କର ସମୟ ନାହିଁ ପୁଣି ଅନେକ ବିଷୟ ବୁଝାଇବା ପାଇଁ ସଙ୍କୋଚ ଅଛି । ଶିକ୍ଷକଙ୍କର ମଧ୍ୟ ଗୋଟିଏ କଥାକୁ ବାରମ୍ବାର ବୁଝାଇ ଦେବାକୁ ଧୈର୍ଯ୍ୟର ଅଭାବ । ଅତଏବ ଢ଼ିଙ୍କିଗିଳା ନୀତିରେ ତାହାକୁ ଯବରଦସ୍ତି ବୁଝାଇ ଦେବାର ବ୍ୟବସ୍ଥା ଅଛି । ସମାଜର ଅନ୍ୟ ସବୁ କ୍ଷେତ୍ରରେ ଯେଉଁ ବ୍ୟବସ୍ଥା, ଶିଶୁର ବୋଧଶକ୍ତି ବଢ଼ାଇବା ପାଇଁ ତାହାହିଁ ନିର୍ଦ୍ଦିଷ୍ଟ