ପୃଷ୍ଠା:Netrutya O Netrutwa.pdf/୬୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୪
ନେତୃତ୍ୱ ଓ ନେତୃତ୍ୱ

ଆଜି ପର୍ଯ୍ୟନ୍ତ ଅନେକ ସ୍ପର୍ଶ ମୁଁ ଦେଇଛି ଏବଂ ପାଇଥିବି ହୁଏ ତ । କିନ୍ତୁ ତାହାର ମୂଲ୍ୟ ବୁଝିବାକୁ ସମର୍ଥ ହୋଇ ପାରି ନାହିଁ । ସୁତରାଂ ବ‌ହୁ ଲୋକଙ୍କୁ ମୂକ ରଖିବାର ଏହି ଅବସର ପାଇ ମୋହର ଶ୍ରୋତାମାନ‌ଙ୍କୁ ମସ୍ତିଷ୍କ୍କ‌କୁ ମୁଁ ଆଘାତ କରିବାକୁ ଲୋଡ଼େଁ । ଏହା ଯଦି ଠିକ୍ ଭାବରେ କରିପାରେଁ - ତେବେ ଚାଳିଶ ବର୍ଷ ପରେ ଏଡ଼ୋଆ ଅଧିକାରର ପ୍ରତିଶୋଧ ନେଇ ଇଟାଲି ଯେମିତି ଉତ୍ସାହପାଗଳ ହୋଇ ଉଠିଛି, ମୁଁ ମଧ୍ୟ ଆଜି ଚାଳିଶ ବର୍ଷ ବସୟର ଅଭିମୁଖୀ ହୋଇ ସେହି ରୂପ ଏକ ପ୍ରତିଶୋଧ ଆପଣମାନଙ୍କ ଉପରେ ନେଇ ଆନନ୍ଦିତ ହେବି ।

ବନ୍ଧୁଗଣ ! ଶିଶୁ ଅବସ୍ଥାରୁହିଁ ପ୍ରତି ଲୋକଠାରୁ କଥା କ‌ହିବାର ଏହି ନ୍ୟାଯ୍ୟ ଅଧିକାର ଛଡ଼ାଇ ନିଆଯାଏ । ସମାଜର ଏହି ନୂତନ ଆଗନ୍ତୁକ ପ୍ରତି ଯେଉଁ ଯଥେଚ୍ଛାଚାର, ଅବିବେକିତା, ଅବ‌ହେଳା ଓ ଅନୁକ‌ମ୍ପା ପ୍ରଦର୍ଶନ କରାଯାଏ, ତାହା ଧନୀର ନିର୍ଦ୍ଧନ ପ୍ରତି, ମହାଜନର ଖାତକ ପ୍ରତି, ଉଚ୍ଚ ବର୍ଣ୍ଣର ହରିଜନ ପ୍ରତି, ପୁରୁଷର ନାରୀ ପ୍ରତି, ସବଳର ଦୁର୍ବଳ ପ୍ରତି ଏବଂ ପ୍ରଭୁର ଦାସ ପ୍ରତି ବ୍ୟବ‌ହାରଠାରୁ କୌଣସି ଅଂଶରେ ଅଳ୍ପ ବୋଲି ମନେ ହୁଏ ନାହିଁ ।

ଦେଶ ବିଶେଷରେ, ଜାତି ବିଶେଷରେ କମ୍ ବେଶି ପରିମାଣରେ ଏହାହିଁ ପୃଥିବୀ-ମୟ ସମସ୍ୟା । ଏହା ଭିତରୁ ଯଦି ଅଲଗା କରି ଭାରତବର୍ଷର କଥା ଉଲ୍ଲେଖ କରାଯାଏ, ତେବେ ତାହା କ‌ହିବାକୁ ହେବନାହିଁ, ବାହୁନିବାକୁ ପଡ଼ିବ । ଏ ଦେଶ-ଶିଶୁର ଗର୍ଭସ୍ଥ ହେବା ମାତ୍ରେ ମରଣର ଆଶଙ୍କା ଶତକଡ଼ା ୪୦ ଭାଗ । କାରଣ ଯାହାର ଗର୍ଭସ୍ଥ ସେ ହୁଏ,ଜନନୀର ହେବାର