ପୃଷ୍ଠା:Netrutya O Netrutwa.pdf/୭୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୯
ନବଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ


ଅନ୍ୟ ଦେଶ ପରି ଭାରତବର୍ଷର ବଡ଼ ବଡ଼ ସ‌ହରମାନଙ୍କରେ ଶିଶୁ ପାଇଁ ପୃଥକ ରାସ୍ତା, ପୃଥକ କ୍ରୀଡ଼ା ସ୍ଥଳ, ପୃଥକ ପ୍ରଦର୍ଶନୀ, ପୃଥକ୍ ପାର୍କ ବା ପୃଥକ୍ ବଜାର ରଖଯିବା ତ ଦୂରର କଥା, ସ‌ହରମାନଙ୍କର ଗୋରୁ, ଘୋଡ଼ା ଓ କୁକୁରଙ୍କୁ ଯେଉଁ ସ୍ୱାଧୀନତା ମିଳେ ମଣିଷ ପିଲାଙ୍କୁ ତାହା ମିଳେ କି ? କିଛି ଦିନ ଆଗେ ଏହି ସ‌ହର ରାସ୍ତା ଉପରେ ଗୋଟିଏ ବାଳକ ଏକ ଗାଈ କର୍ତ୍ତୃକ ଆକ୍ରାନ୍ତ ହୋଇ ଥିବାର ଖବର କାଗଜରେ ପଢ଼ିଥିଲି ଏବଂ ସେ ଘଟଣାରେ କୁଆଡ଼େ ମ୍ୟୁନିସିପାଲିଟି କଟକ ସ‌ହରରେ ସବୁ ଛୋଟ ପିଲାଙ୍କର ଉପରେ ଏକ ମାର୍ଶାଲ ଆଇନ ଜାରି କରିଥିଲେ ଯେ, କି ଦିନ କି ରାତି କୌଣସି ପିଲା ଏକା ହୋଇ ଘର ଭିତରୁ ବାହାରି ପାରିବ ନାହିଁ ।

ଘର ଭିତରେ ଅଭିଭାବକ, ସ୍କୁଲରେ ଶିକ୍ଷକ ପୁଣି ରାସ୍ତା ଉପରେ ମ୍ୟୁନିସିପାଲଟି- ସମସ୍ତଙ୍କ ଠାରୁହି ଶିଶୁ ଉପରେ ଶାସ୍ତି ଓ ତାଡ଼ନା; ଅଭିଭାବକର ତାଡ଼ନା- ସଂଯମ ଶିକ୍ଷା ଲାଗି, ଶିକ୍ଷକର ଚାବୁକ- ପାଠ ମୁଖସ୍ଥ ପାଇଁ ପୁଣି ମ୍ୟୁନିସିପାଲିଟିର ଜାରି- ଗାଇକୁ ଭକ୍ତି କରିବାକୁ; କିଏ ମାରେ ମିଛ ନ କ‌ହିବା ପାଇଁ, କିଏ ମାରେ ସ୍ମରଣ ଶକ୍ତି ବଢ଼ାଇବା ଲାଗି, କିଏ ଅବା ମାରେ ଭକ୍ତି ଶିଖାଇବା ଉଦ୍ଦେଶ୍ୟରେ ।

କିନ୍ତୁ ବନ୍ଧୁଗଣ ! ଏହି ସବୁ ଶାସ୍ତି ଓ ପ୍ରହାର ଦ୍ୱାରା ଫଳ ହୁଏ କଅଣ ? ସମାଜରେ ନାନା ବିଭାଗରେ ଆଜି ଯେଉଁମାନେ କାର୍ଯ୍ୟ କରନ୍ତି, ସେମାନେ ସମସ୍ତେ ତ ପ୍ରାୟ ଏହି ପରି ପରିବାର, ଏହି ପରି ଶିକ୍ଷା ଓ ସମାଜ ବେଷ୍ଟନୀରେ ବଢ଼ି ଆସି ଅଛନ୍ତି ? ଆଜି ଯେଉଁମାନେ ଶିକ୍ଷା ବିଭାଗରେ, ଅଦାଲତ କଚେରିରେ, ରାଜନୀତିରେ, ଦେଶ ସେବାରେ, ସାହିତ୍ୟରେ ଓ ସମ୍ବାଦ ପତ୍ରରେ ନାନା କାର୍ଯ୍ୟ