ପୃଷ୍ଠା:Netrutya O Netrutwa.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୦ ନେତୃତ୍ୱ ଓ ନେତୃତ୍ୱ


କରନ୍ତି, ସେମାନଙ୍କ ଶୈଶବ ତ ଏହି ପରି ଦଣ୍ଡ ଓ ଶାସନ ଭିତରେ ଗଠିତ ? ଅଥଚ ଏହି ସବୁ କ୍ଷେତ୍ରରେ ଅନେକ ଉଚ୍ଚ ଓ ନିମ୍ନ କର୍ମଚାରୀ, ଅନେକ ହାକିମ , ଅନେକ କିରାନି, ଅନେକ ଶିକ୍ଷକ, ଅନେକ ଅଧ୍ୟାପକ, ଅନେକ ଦେଶ ନାୟକ, ଅନେକ ସାହିତ୍ୟିକ, ସମ୍ପାଦକ ବା ସାମ୍ବାଦିକ ଦେଖାଯାନ୍ତି, ଯେଉଁମାନେ ଆଜି ଶୈଶବ ଛାଡ଼ି ଯୌବନ ପାର ହୋଇଥିଲେ ମଧ୍ୟ ଏତେ ଅସଂଯତ ଓ ଏତେ ଭୁଲ କରନ୍ତି ଯେ, ପୁଣି ଏମିତି ବୋକା, ଏମିତି ଗୁଆଁର ଓ ଏମିତି ମିଛୁଆ ଯେ, ଏ ବୟସରେ ମଧ୍ୟ ସେମାନଙ୍କର ସଂଶୋଧନର ଏକ ମାତ୍ର ଉପାୟ ହେଉଛି ଚାବୁକ ପ୍ରହାର !

ନିଜର ଅଧିକାର ଓ ନ୍ୟାୟ ଦାବୀ କରି ସଂଘବଦ୍ଧ ଭାବରେ ଶିଶୁର ଆନ୍ଦୋଳନ କରିବା ଅସମ୍ଭବ ବୋଲି ତାହା ପ୍ରତି ଯେତେ ଅନ୍ୟାୟ ଓ ଅତ୍ୟାଚାର କରାଯାଏ, ଯେତେ ରକମ ଅଦ୍ଭୁତ ଦଣ୍ଡର ଉଦ୍ଭାବନ କରା ହୁଏ, ବୟସ୍କ ଲୋକପ୍ରତି ସେ ରୂପ ବ୍ୟବ‌ହାର ହେଲେ, ତାହାର ପ୍ରତ୍ୟେକଟି ପାଇଁ ପେନାଲ କୋଡ଼ରେ ରାଜଦଣ୍ଡର ବିହିତ ବ୍ୟବସ୍ଥା ଅଛି । ସମାଜର ଏହି ଶ୍ରେଷ୍ଠ ଭବିଷ୍ୟତକୁ ଯେପରି ଭାବରେ ନିଷ୍ପେଷିତ କରାଯାଏ, ସେଥିରେ ଏହାର ଆଗାମୀ ଉନ୍ନତିକୁ ଯେଉଁମାନେ ସ୍ୱପ୍ନ ଦେଖନ୍ତି ବ‌ହୁ ଅଂଶରେହିଁଁ ତାହା ସ୍ୱପ୍ନ ଭିତରେ ଆବଦ୍ଧ ରହିଯାଏ ।

ଏହି ଶିଶୁ ଯେତେବେଳେ ଯୁବକ ହୁଏ, ତାହାଠାରୁ ତେବେ ଆପଣମାନେ କି ଆଶା କରନ୍ତି ? ଯାହା ଆଶା କରନ୍ତି ତାହାର ପ୍ରମାଣ ଏହି ବ‌ହୁ ସଂଖ୍ୟକ ଚାବୁକ-ଯୋଗ୍ୟ ଶିକ୍ଷକ, ଅଧ୍ୟାପକ, ଓକିଲ, ଅମଲା, କିରାନି, ଡ଼ାକ୍ତର, ଦେଶନେତା ଓ ସମ୍ପାଦକମାନେ । ତାହାର ପ୍ରମାଣ ଆପଣମାନେ ନିଜେ ଏବଂ ମୁଁ ।